www.samajalive.in
Wednesday, December 10, 2025
26.1 C
Bhubaneswar

ଯୁଗ୍ମ ପ୍ରବେଶିକା ପରୀକ୍ଷା ପ୍ରଥମ ଅଧିବେଶନ ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ, ୧୪ ପରୀକ୍ଷାର୍ଥୀ ରଖିଲେ ଶତ ପ୍ରତିଶତ ମାର୍କ

ଡେସ୍କ: ଜାତୀୟ ପରୀକ୍ଷଣ ସଂସ୍ଥା – ଏନଟିଏ ଦ୍ୱାରା ପରିଚାଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ପ୍ରଥମ ଅଧିବେଶନର ମୁଖ୍ୟ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ୧୪ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୩ ଜଣ ପୁଅ ଓ ଜଣେ ଝିଅ ଅଛନ୍ତି।

ସୂଚନା ଅନୁଯାୟୀ, ୧୨ ଲକ୍ଷ ୮୫ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ଶତ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ୧୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ରାଜସ୍ଥାନରୁ ଓମ ପ୍ରକାଶ ବେହେରା, ଅର୍ଣ୍ଣବ ସିଂ, ସକ୍ଷମ ଜିନ୍ଦଲ, ଆୟୁଷ ସିଂହଲ ଓ ରାଜିତ ଗୁପ୍ତା, କର୍ଣ୍ଣାଟକରୁ କୂଶଗ୍ର ଗୁପ୍ତା, ଦିଲ୍ଲୀ ଏନସିଟିରୁ ଦକ୍ଷ ଓ ହର୍ଷ ଝା, ଉତ୍ତରପ୍ରଦେଶରୁ ଶ୍ରେୟସ ଲୋହିଆ ଓ ସୌରଭ, ମହାରାଷ୍ଟ୍ରରୁ ବିଷାଦ ଜୈନ, ଗୁଜୁରାଟରୁ ଶିଭେନ ବିକାଶ ତୋଷଣୀ ୱାଲ, ଆନ୍ଧ୍ରପ୍ରଦେଶରୁ ସାଇ ମନୋଗଣ ଗୁଥିକୋଣ୍ଡା ଏବଂ ତେଲେଙ୍ଗାନାରୁ ବାଣୀ ବ୍ରତ ମାଜୀ।

- Advertisement -

ବ୍ୟାଚଲର ଇନ ଇଞ୍ଜିନିଅରିଂ ଓ ବିଟେକ ପ୍ରଥମ ପତ୍ର ପାଇଁ ଗତ ମାସ ୨୨, ୨୩, ୨୪, ୨୮ ଓ ୨୯ ତାରିଖରେ ଦେଶର ୩୦୪ଟି ସହରରେ ୬୧୮ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ବିଦେଶରେ ୧୫ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଇଂରାଜୀ ସମେତ ୧୨ଟି ଭାରତୀୟ ଭାଷାରେ ଏହି ପରୀକ୍ଷା କରାଯାଇଥିଲା। ମୋଟ ୧୩ ଲକ୍ଷ ୧୧ ହଜାର ୫୪୪ ଜଣ ଏହି ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ ଓ ୧୨ ଲକ୍ଷ ୫୮ ହଜାର ୧୩୬ ଜଣ ପରୀକ୍ଷା ଦେଇଥିଲେ।

Hot this week

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

Related Articles

Popular Categories