www.samajalive.in
Wednesday, December 10, 2025
23.1 C
Bhubaneswar

ଅନେକ ତାରକାଙ୍କ କଣ୍ଠରେ ଶକ୍ତିମାନ ଗୀତ ଗାଇଲେ ଆରଜେ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଏଥିରୁ କିଛି ଶିକ୍ଷଣୀୟ ଭିଡିଓ ହୋଇଥିବାବେଳେ କିଛି ଭିଡିଓ ହସର ଖୋରାକ ଯୋଗାଏ । ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ହସି ହସି ଗଡିବେ । ଜଣେ ଯୁବକ ଅନେକ ବଲିଉଡ ତାରକାଙ୍କ ସ୍ବରରେ ଧାରାବାହିକ ଶକ୍ତିମାନର ଗୀତ ବୋଲୁଛନ୍ତି । ଏହା ଏବେ ଭାଇରାଲ ହେବାରେ ଲାଗିଛି । ସମସ୍ତେ ତାଙ୍କର ଏହି ଗୀତକୁ ପସନ୍ଦ କରୁଛନ୍ତି । ଦେଖନ୍ତୁ ଭିଡିଓ..

 

View this post on Instagram

 

A post shared by RJ LUCKY DUBGURU (@dubgururjlucky)

- Advertisement -

୯୦ ଦଶକର ଦୂରଦର୍ଶନରେ ପ୍ରସାରିତ ହେଉଥିବା ଧାରାବାହିକ ଶକ୍ତିମାନ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ସାମାଜିକ ଗଣମାଧ୍ୟମରେ ଏକ ଭାଇରାଲ ଭିଡିଓ ପୁଣି ସମସ୍ତଙ୍କୁ ଏହି ଧାରାବାହିକ କଥା ମନେ ପକାଇ ଦେଇଛି । ଭିଡିଓରେ ଜଣେ ଆରଜେ ଅନେକ ବଲିଉଡ ତାରକାଙ୍କ ସ୍ବରରେ ଶକ୍ତିମାନ ଗୀତ ବୋଲୁଛନ୍ତି ଏବଂ ସେ ଏଥିରେ ନିଜର କିଛି ମଜାଳିଆ ପରିବର୍ତ୍ତନ ମଧ୍ୟ ଆଣିଛନ୍ତି ।

ଭିଡିଓଟି ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି । ପ୍ରାୟ ୬୨ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ଦେଖିସାରିଲେଣି ଏବଂ ୨ ଲକ୍ଷରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି । ସମସ୍ତେ ତାଙ୍କର ଏହି କଳାକୁ ବେଶ୍ ପ୍ରଶଂସା କରିଛନ୍ତି ।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories