www.samajalive.in
Sunday, December 14, 2025
23.1 C
Bhubaneswar

ତିନି ତଲାକ ବିରୋଧରେ ଲଢିଥିବା ନିଦା ଖାନଙ୍କ ବିରୋଧରେ ଫତୱା

ବରେଲି : ତିନି ତଲାକ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ବରେଲି ଏବଂ ଆଲା ହଜରତ ବଂଶର ବୋହୂ ନିଦା ଖାନଙ୍କ ବିରୋଧରେ ଦରଘା ଆଲା ହଜରତର ଇମାମ ଫତୱା ଜାରି କରିଛନ୍ତି। ଫତୱାରେ କୁହାଯାଇଛି ଯେ ନିଦା ଖୁଦାଙ୍କ ଆଇନର ବିରୋଧ କରୁଛି। ଏଥିପାଇଁ ତା ବିରୋଧରେ ଫତୱା ଜାରି କରାଯାଉଛି। ଫତୱାରେ ନିଦା ଖାନଙ୍କ ନିଆ, ପାଣି ବାସନ୍ଦ କରିବାକୁ କୁହାଯାଇଛି। ଏହାସହ ଫତୱାରେ କୁହାଯାଇଛି ଯେ ନିଦାଙ୍କୁ ସାହାଯ୍ୟ କରୁଥିବା ଓ ତାଙ୍କ ସହ ମିଶୁଥିବା ମୁସଲମାନଙ୍କୁ ମଧ୍ୟ ଇସଲାମରୁ ବାହାର କରିଦିଆଯିବ। ନିଦାଙ୍କ ଦେହ ଖରାପ ହେଲେ ବି ତାଙ୍କୁ କୌଣସି ଔଷଧ ଦିଅନାହିଁ। ନିଦାଙ୍କ ମୃତ୍ୟୁ ପରେ ଶବ ଶୋଭାଯାତ୍ରାରେ ନମାଜ ପାଠ ପାଇଁ ବାରଣ କରାଯାଇଛି ଓ କବ୍ରସ୍ଥାନରେ ପୋତିବାକୁ ମନା କରାଯାଇଛି। ସେପଟେ ନିଦା ଖାନ ଏକ ସାମ୍ବାଦିକ ସମ୍ମିଳନୀ କରି ଫତୱା ଜାରି କରିଥିବା ଇମାମଙ୍କ ଉପରେ ବର୍ଷିଛନ୍ତି। ଫତୱା ଜାରି କରିଥିବା ଲୋକେ ପାକିସ୍ତାନ ଚାଲିଯାନ୍ତୁ ବୋଲି ସେ କହିଛନ୍ତି। ନିଦା କହିଛନ୍ତି ଯେ ଭାରତ ଏକ ଗଣତନ୍ତ୍ର ଓ ଏଠାରେ ଦୁଇଟି ଆଇନ ଚାଲିବନି। ସରିଆ ଆଇନ ସେମାନେ ପ୍ରଥମେ ନିଜ ଘରେ ଲାଗୁ କରନ୍ତୁ ପରେ ଲୋକଙ୍କ ଉପରେ ଲଗାଇବେ। ସରିଆ ଆଇନ ନାମରେ ସେମାନେ ଲୋକଙ୍କୁ ଭ୍ରମିତ କରୁଛନ୍ତି। ଏଥିରେ ମହିଳାଙ୍କୁ ନ୍ୟାୟ ମିଳେନାହିଁ।

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories