www.samajalive.in
Sunday, December 14, 2025
19.1 C
Bhubaneswar

୨୦୨୨ ଫିଫା ବିଶ୍ୱକପ୍‍ର ପୂର୍ବାବଲୋକନ

ମସ୍କୋ : ରୁଷିଆରେ ଖେଳାଯାଇଥିଲା ୨୦୧୮ ଫିଫା ବିଶ୍ୱକପ୍‍ ଫୁଟବଲ। ଦୀର୍ଘ ଏକମାସ ଧରି ଚାଲିଥିବା ଫୁଟବଲ ମହାକୁମ୍ଭର ଫାଇନାଲ ମ୍ୟାଚ୍‍ରେ କ୍ରୋଏସିଆକୁ ପରାସ୍ତ କରି ଫ୍ରାନ୍‍ସ ଚମ୍ପିଆନ୍‍ ହୋଇଥିଲା। ରୁଷିଆରେ ବିଶ୍ୱକପ୍‍ ଫୁଟବଲର ଯବନିକା ପଡ଼ିଥିବା ବେଳେ ୨୦୨୨ ଫିଫା ବିଶ୍ୱକପ୍‍ କାତାରରେ ଆୟୋଜିତ ହେବ। ୨୦୨୨ ବିଶ୍ୱକପ୍‍ର ପୂର୍ବାବଲୋକନ ନିମ୍ନରେ ଉଲ୍ଲେଖ କରାଗଲା।
୧. ୨୦୨୨ ଫିଫା ବିଶ୍ୱକପ୍‍ ମରୁଭୂମି ଦେଶ ଭାବେ ଜଣାଶୁଣା କାତାରରେ ଅନୁଷ୍ଠିତ ହେବ। ପ୍ରଥମଥର ପାଇଁ ଆରବ ଅଞ୍ଚଳର କୌଣସି ଦେଶରେ ବିଶ୍ୱକପ୍‍ ଆୟୋଜିତ ହେବାକୁ ଯାଉଛି। ୨୦୦୨ରେ ଏସିଆ ରାଷ୍ଟ୍ରଭାବେ ଜାପାନ ଓ ଦକ୍ଷିଣ କୋରିଆ ମିଳିତ ଭାବେ ବିଶ୍ୱକପ୍‍ ଆୟୋଜନ କରିଥିବା ବେଳେ ୨୦୨୨ରେ ପୁନର୍ବାର ଏସୀୟ ରାଷ୍ଟ୍ରରେ ବିଶ୍ୱକପ୍‍ ଫୁଟବଲ ଆୟୋଜିତ ହେବ।
୨. ବିଶ୍ୱକପ୍‍ ନିମନ୍ତେ କାତାରରେ ଷ୍ଟାଡ଼ିୟମ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ମୋଟ୍‍ ୪ଟି ଷ୍ଟାଡ଼ିୟମରେ ବିଶ୍ୱକପ୍‍ର ସମସ୍ତ ମ୍ୟାଚ୍‍ ଆୟୋଜିତ ହେବାର ଆଶା ରହିଛି। ଏହି ଷ୍ଟାଡ଼ିୟମ ଗୁଡ଼ିକ ମଧ୍ୟରୁ ଲୁସେଲ୍‍ ଆଇକୋନିକ୍‍ ଷ୍ଟାଡ଼ିୟମ ସବୁଠାରୁ ବଡ଼। ଏଠାରେ ୮୬,୨୫୦ ଜଣ ଦର୍ଶକ ବସି ମ୍ୟାଚ୍‍ ଦେଖିପାରିବେ। ସେହିପରି ଅଲ୍‍ ବାୟତ୍‍ ଷ୍ଟାଡ଼ିୟମରେ ୬୦ ହଜାର ଓ ଅଲ୍‍ ୱାକରା ଷ୍ଟାଡ଼ିୟମରେ ୪୦ ହଜାର ଦର୍ଶକ ବସି ମ୍ୟାଚ୍‍ ଦେଖିପାରିବେ। ଅହମ୍ମଦ ବିନ୍‍ ଅଲ୍ଲି ଷ୍ଟାଡ଼ିୟମର ସିଟ୍‍ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ରହିଛି।
୩. ଫିଫା ବିଶ୍ୱକପ୍‍ ସାଧାରଣତଃ ମେ, ଜୁନ୍‍ କିମ୍ବା ଜୁଲାଇ ମାସରେ ଆୟୋଜିତ ହେଉଥିବା ବେଳେ କାତାରରେ ୨୦୨୨ ବିଶ୍ୱକପ୍‍ ନଭେମ୍ବର ୨୧ରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ ଆୟୋଜିତ ହେବ।
୪. ୨୦୨୨ ଫିଫା ବିଶ୍ୱକପ୍‍ ଆୟୋଜକ ଦୌଡ଼ରେ ଅଷ୍ଟ୍ରେଲିଆ, ଜାପାନ, ଦକ୍ଷିଣ କୋରିଆ ଓ ଆମେରିକାକୁ ପଛରେ ପକାଇଥିଲା କାତାର।
୫. କାତାରରେ ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ଖେଳାଳିଙ୍କ୍‍ ନିମନ୍ତେ ସମସ୍ୟା ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଥିଲା। ଏହାକୁ ଦୃଷ୍ଟିରେ ରଖି ଏହି ବିଶ୍ୱକପ୍‍ ନଭେମ୍ବରରୁ ଡିସେମ୍ବର ମଧ୍ୟରେ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ସମୟରେ କାତାରର ତାପମାତ୍ର କମ୍‍ ରହିଥାଏ। ସେହିପରି ଷ୍ଟାଡ଼ିୟମଗୁଡ଼ିକରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି, ଯାହାଫଳରେ ତାପମାତ୍ରା ୩୬ ଡିଗ୍ରୀ ଉପରକୁ ଯିବ ନାହିଁ।
୬. କାତାରର ପାଣିପାଗକୁ ଦୃଷ୍ଟିରେ ରଖି ଲାଟିନ୍‍ ଆମେରିକୀୟ ରାଷ୍ଟ୍ର ଏହି ବିଶ୍ୱକପ୍‍ରେ ଚମ୍ପିଆନ୍‍ ହେବା ଆଶା ଅଧିକ ବୋଲି କୁହାଯାଉଛି। ୟୁରୋପୀୟ ଦେଶ ଗୁଡ଼ିକ କାତାରର ଉଷ୍ମ ପରିବେଶରେ ଆଶାନୁରୂପକ ପ୍ରଦର୍ଶନ କରିପାରିବେ ନାହିଁ ବୋଲି ଆଲୋଚନା ହେଉଛି।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories