www.samajalive.in
Sunday, December 14, 2025
23.1 C
Bhubaneswar

ଫ୍ରାନ୍‍ସ ଦଳକୁ ଶୁଭେଚ୍ଛା ଜଣାଇଲେ ମୋଦୀ, ଟ୍ରମ୍ପ

ମସ୍କୋ : ଫିଫା ବିଶ୍ୱକପ୍‍ ଚମ୍ପିଆନ୍‍ ହୋଇଥିବା ଫ୍ରାନ୍‍ସ ଫୁଟବଲ ଦଳକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି। ଏହି କ୍ରମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚମ୍ପିଆନ୍‍ ଦଳକୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ନିଜ ଟ୍ୱିଟର୍‍ ଆକାଉଣ୍ଟରେ ମୋଦୀ ଫ୍ରାନ୍‍ସ ଦଳକୁ ଶୁଭେଚ୍ଛା ଜଣାଇବା ସହ ଏହି ଦଳ ବିଶ୍ୱକପ୍‍ରେ ମୂଳରୁ ଆକର୍ଷଣୀୟ ପ୍ରଦର୍ଶନ କରିଥିବା ଦର୍ଶାଇଛନ୍ତି। ଏଥିସହ ସଫଳତାପୂର୍ବକ ବିଶ୍ୱକପ୍‍ ଆୟୋଜନ କରିଥିବାରୁ ସେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‍ ଓ ଆୟୋଜକ କମିଟିର ପ୍ରଶଂସା କରିଥିଲେ। ସେହିପରି ଆମେରିକା ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ମଧ୍ୟ ଟ୍ୱିଟର୍‍ ମାଧ୍ୟମରେ ବିଶ୍ୱବିଜୟୀ ଫ୍ରାନ୍‍ସ ଦଳକୁ ଶୁଭେଚ୍ଛା ଜଣାଇବା ସହ ରୁଷିଆ ରାଷ୍ଟ୍ରପତି ଓ ଆୟୋଜକଙ୍କ ଉଦ୍ୟମକୁ ଉଚ୍ଚପ୍ରଶଂସା କରିଛନ୍ତି। ଏମାନଙ୍କ ବ୍ୟତୀତ ରାଜନେତା ଅଖିଳେଶ ଯାଦବ, କିରଣ ବେଦୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ କଂଗ୍ରେସ ଦଳ ତରଫରୁ ବିଶ୍ୱବିଜୟୀ ଫ୍ରାନ୍‍ସ ଦଳକୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories