ଆଦର୍ଶ କୁମାର ଗୋୟଲ ଏନ୍‍ଜିଟିର ନୂଆ ଅଧ୍ୟକ୍ଷ

0

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଗତ ଶୁକ୍ରବାର ଅବସର ନେଇଥିବା ବିଚାରପତି ଆଦର୍ଶ କୁମାର ଗୋଏଲ୍‍ଙ୍କୁ ଜାତୀୟ ଗ୍ରୀନ୍‍ ଟ୍ରିବ୍ୟୁନାଲ(ଏନ୍‍ଜିଟି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଗତ ବର୍ଷ ଡିସେମ୍ବର ୨୦ତାରିଖରେ ଜଷ୍ଟିସ୍‍ ସ୍ୱତନ୍ତ୍ର କୁମାର ଅବସର ନେବା ପରେ ଏହି ପଦ ଖାଲି ପଡ଼ିଥିଲା। ତା’ ପରେ ଜଷ୍ଟିସ ଉମେଶ ଦତ୍ତାତ୍ରେୟ ସାଲ୍‍ଭିଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ଗତ ଫେବୃଆରୀ ୧୩ ତାରିଖରେ ସେ ଅବସର ନେଇଥିଲେ। ଜଷ୍ଟିସ୍‍ ଗୋୟଲ୍‍ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଏହି ପଦରେ ରହିବେ। ଜଷ୍ଟିସ୍‍ ଜାୱଦ୍‍ ରହିମ୍‍ଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।
୨୦୧୦, ଅକ୍ଟୋବର ମାସ ୧୮ ତାରିଖରେ ଏନଜିଟି ସ୍ଥାପିତ ହୋଇଥିଲା। ଏନ୍‍ଜିଟିର ପ୍ରଧାନ ଖଣ୍ଡପୀଠ ନୂଆଦିଲ୍ଲୀଠାରେ ଅବସ୍ଥିତ ଥିବା ବେଳେ ଭୋପାଳ, ପୁନେ, କୋଲକାତା, ଚେନ୍ନାଇରେ ଆଞ୍ଚଳିକ ଖଣ୍ଡପୀଠ ଓ ସିମ୍‍ଳା, ଶିଲଙ୍ଗ, ଯୋଧପୁର ଓ କୋଚିରେ ସର୍କିଟ୍‍ ବେଞ୍ଚ ରହିଛି। ସାମ୍ପ୍ରତିକ ସ୍ଥିତିରେ ପ୍ରଧାନ ବେଞ୍ଚ ଆଗରେ ମୁଖ୍ୟ ଆହ୍ୱାନ ସ୍ୱରୂପ ଗଙ୍ଗା ଯମୁନା ପୁନରୁଦ୍ଧାର, ବୈଷ୍ଣୋ ଦେବୀ, ଫୋକ୍ସୱାଗନ୍‍ ମାମଲା ରହିଛି।

kalyan agarbati
Leave A Reply