www.samajalive.in
Saturday, December 6, 2025
15.1 C
Bhubaneswar

ପ୍ରଥମ ସେମିଫାଇନାଲ ମୁକାବିଲା; ଟସ୍‌ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି

ଲଣ୍ଡନ: ୨୦୧୯ କ୍ରିକେଟ ବିଶ୍ଵକପ୍‌ରେ ମଙ୍ଗଳବାର ଅପରାହ୍ନ ୩ଟାରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଆରମ୍ଭ ହେବାକୁ ଥିବାବେଳେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଶେଷ ଲିଗ୍‌ ମ୍ୟାଚରେ ନ୍ୟୁଜିଲାଣ୍ଡ ଇଂଲଣ୍ଡଠାରୁ ପରାଜିତ ହୋଇଥିବାରୁ ସେମାନଙ୍କ ମନୋବଳ କିଛିଟା ଦୁର୍ବଳ ରହିବ। ଅନ୍ୟପଟେ ଭାରତ ଏହାର ଶେଷ ଲିଗ୍‌ ମ୍ୟାଚରେ ଶ୍ରୀଲଙ୍କାଠାରୁ ଦମ୍‌ଦାର ବିଜୟ ହାସଲ କରିଥିବାରୁ ଏହାର ଫାଇଦା ଉଠାଇବାକୁ ବିରାଟବାହିନୀ ଉଦ୍ୟମ କରିବ। ତେବେ ସେମିଫାଇନାଲ ଜିତିବା ଲାଗି ଭାରତକୁ ବୋଲିଂରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ଏବଂ ନ୍ୟୁଜିଲାଣ୍ଡକୁ ଯଥାସମ୍ଭବ କମ୍‌ ରନ୍‌ରେ ଅଟକାଇବାକୁ ହେବ।

ଟାଇଟଲ ହାତେଇବା ଲାଗି ଉଭୟ ଟିମ୍‌ ଦାବିଦାର ଥିବାରୁ ଆଜିର ମ୍ୟାଚରେ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ମଞ୍ଚେଷ୍ଟରରେ ଏହି ମ୍ୟାଚ୍‌ ଖେଳାଯିବ। ପୂର୍ବରୁ ଏହି ଗ୍ରାଉଣ୍ଡରେ ଟିମ୍‌ ଇଣ୍ଡିଆ ତା’ର ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ହରାଇଥିବାରୁ ମ୍ୟାଚ୍‌ରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ପ୍ରଶଂସକମାନେ ଆଶାବାଦୀ ରହିଛନ୍ତି। ବିଶ୍ଵକପ୍‌ରେ ଉଭୟ ଟିମ୍ ପରସ୍ପରକୁ ୮ଥର ଭେଟିଥିବାବେଳେ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚରେ ଏବଂ ଭାରତ ୩ଟିରେ ବିଜୟ ହାସଲ କରିଛି। ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories