www.samajalive.in
Saturday, December 6, 2025
17.1 C
Bhubaneswar

ବିଦ୍ୟୁତ ଆଘାତରେ ୨ ମୃତ

ଯାଜପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପୃଥକ ପୃଥକ ସ୍ଥାନରେ ଦୁଇ ଜଣଙ୍କର ପ୍ରାଣହାନି ହୋଇଛି । ବିଂଝାରପୁର ଥାନା ହଳଦୀଢିହ ପଂଚାୟତ ଫଳପୁର ଗାଁରେ ମଟର ଲଗାଇ ପରିବା କ୍ଷେତରେ ପାଣି ଦେଉଥିବା ବେଳେ ବିଦ୍ୟୁତ ସଂଷ୍ପର୍ଶରେ ଆସି ସୂର୍ଯ୍ୟକାନ୍ତ ଗୁରୁଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ସୂର୍ଯ୍ୟକାନ୍ତ ଗୁରୁତର ହୋଇ ପଡିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ବିଂଝାରପୁର ମେଡିକାଲ ଓ ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବିଂଝାରପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି  ଘଟଣାର ତଦନ୍ତ କରୁଛି ।

ସେହିପରି କୋରେଇ ଥାନା ବୈତରଣୀରୋଡ ଓଷଳା ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ମଧ୍ୟ ଘଟିଛି । ମୃତକ ହେଲେ ଆରତି ମଲ୍ଲିକ । ସେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ୍ ତାର ଲାଗି ଯାଇଥିଲା । ତାଙ୍କୁ ପ୍ରଥମେ କୋରେଇ ଡାକ୍ତରଖାନା ଓ ପରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories