ମଦ୍ୟପାନ କରୁଥିବା ୩୦୦ ପୁଲିସ କର୍ମଚାରୀ ଚାକିରିରୁ ବିଦାହେଲେ

ଗୌହାଟୀ- ଆସାମ ସରକାରଙ୍କ ବଡ ପଦକ୍ଷେପ । ମଦ୍ୟପାନ କରି କାର୍ଯ୍ୟକରୁଥିବା ଏବଂ ଦୈନିକ ମଦ୍ୟପାନ କରି ନିଶାରେ ଚୁର୍‌ ରହୁଥିବା ୩୦୦ ପୁଲିସ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛନ୍ତି । ଏମାନଙ୍କୁ ଆସାମ ସରକାର ଚାକିରିରୁ ଅବସର ଦେଇଛନ୍ତି ।

ଏମାନଙ୍କ ବଦଳରେ ନୂଆ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବା ବୋଲି ଆସାମ ସରକାର ସୂଚନା ଦେଇଛନ୍ତି । ନିଶାଖୋର ପୁଲିସ କର୍ମଚାରୀ ସ୍ୱେଚ୍ଛାକୃତ ଅବସର ନେଇଯାଆନ୍ତୁ ବୋଲି ଆସାମ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଅତ୍ୟଧିକ ମଦ୍ୟପାନ ଯୋଗୁଁ ସେମାନଙ୍କ ଶରୀର ଖରାପ ହୋଇଯାଇଥିବାରୁ ସେମାନଙ୍କୁ ସ୍ୱେଚ୍ଛାକୃତ ଅବସର ନେବାପାଇଁ ଆସାମ ସରକାର ବିଜ୍ଞପ୍ତି ଜାରି କରିଛନ୍ତି।

Comments are closed.