www.samajalive.in
Saturday, December 6, 2025
15.1 C
Bhubaneswar

ମୋଦୀ-ଟ୍ରମ୍ପ ଆଲୋଚନା ; ମଧ୍ୟସ୍ଥତାଠାରୁ ଆତଙ୍କବାଦ ପର୍ଯ୍ୟନ୍ତ..

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ୍‌ରେ କଥାବାର୍ତ୍ତା ହୋଇଛନ୍ତି। ଏହି ସମୟରେ ଉଭୟ ମଧ୍ୟରେ ଆତଙ୍କବାଦକୁ ନେଇ ବେଶ ଚର୍ଚ୍ଚା ହୋଇଛି। ଦୁଇ ନେତାଙ୍କ ମଧ୍ୟରେ ୩୫ ମିନିଟ୍ ଆଲୋଚନା ହୋଇଥିଲା। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବାର ଥିଲା, ଯାହା ଟ୍ରମ୍ପଙ୍କ ଶୀଘ୍ର ଆମେରିକା ଫେରିବା ଯୋଗୁଁ ହୋଇପାରିଲା ନାହିଁ। ଟ୍ରମ୍ପଙ୍କ ଅନୁରୋଧରେ, ଆଜି ଦୁଇ ନେତାଙ୍କ ମଧ୍ୟରେ ଫୋନ୍ ମାଧ୍ୟମରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କବାଦ ଉପରେ ଭାରତର ପକ୍ଷ ରଖିଛନ୍ତି। ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଉପରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପହଲଗାଓଁ ଆକ୍ରମଣ ପରେ ଉଭୟଙ୍କ ମଧ୍ୟରେ ପ୍ରଥମ ଥର କଥାବାର୍ତ୍ତା ହୋଇଛି।

ଜୁଲାଇରେ ମହାସଂଯୋଗ.. ବୃହସ୍ପତି-ଶନି ପୁଣି ଚନ୍ଦ୍ରମା-ରାହୁ ଚଳନ; ଜାଣନ୍ତୁ କେଉଁ ରାଶି ହେବେ କୋଟିପତି, କାହାର ହେବ ବିବାହ, ମିଳିବ ସନ୍ତାନ ସୁଖ

- Advertisement -

ଏହି କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଜାଣନ୍ତୁ ଆଲୋଚନା ହୋଇଥିବା ୫ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ..

– ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତିଙ୍କ ସହ ପହଲଗାଓଁ ଆତଙ୍କୀ ଆକ୍ରମଣର ଜବାବରେ ହୋଇଥିବା ‘ଅପରେସନ୍‌ ସିନ୍ଦୂର’ ଉପରେ ବିସ୍ତୃତ ଚର୍ଚ୍ଚା କରିଛନ୍ତି। ସେ କହିଛନ୍ତି, ଭାରତ ଆତଙ୍କବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଦୃଢ ସଂକଳ୍ପ ଦ୍ୱାରା ସାରା ଦୁନିଆକୁ ଏହା ଅବଗତ କରାଇଛି । ଗତ ମାସରେ ସାତଟି ବହୁପକ୍ଷୀୟ ପ୍ରତିନିଧିମଣ୍ଡଳ ଦ୍ୱାରା ଆରମ୍ଭ ହୋଇଥିବା ବିଶ୍ୱସ୍ତରୀୟ ଯୋଗାଯୋଗ ବିଷୟରେ ଉଲ୍ଲେଖ କରିଥିଲେ।

– ୩୫ ମିନିଟ୍‌ରେ ଏହି କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, ଭାରତ ପାକିସ୍ତାନର ଗୁଳିର ଜବାବ ଗୁଳିରେ ଦେବ। ଆତଙ୍କବାଦକୁ ଏବେ ଯୁଦ୍ଧ ରୂପରେ ଦେଖାଯାଉଛି। ଅପରେସନ୍‌ ସିନ୍ଦୂର ଏବେ ସମାପ୍ତ ହୋଇ ନାହିଁ।

– ପ୍ରଧାନମନ୍ତ୍ରୀ ଟ୍ରମ୍ପଙ୍କୁ ଯେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି କିମ୍ବା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଆମେରିକା ଦ୍ୱାରା ମଧ୍ୟସ୍ଥତା ଭଳି ପ୍ରସଙ୍ଗ ଉପରେ କେବେ ଆଲୋଚନା ହୋଇନାହିଁ ବୋଲି ସ୍ପଷ୍ଟ କରିଥିଲେ । ଭାରତ କେବେ ମଧ୍ୟସ୍ଥତା ଗ୍ରହଣ କରିନାହିଁ ଏବଂ କେବେ କରିବ ନାହିଁ।

– ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ଆଲୋଚନା ସିଧାସଳଖ ଭାରତ ଏବଂ ପାକିସ୍ତାନ ମଧ୍ୟରେ, ଦୁଇ ସେନାର ବିଦ୍ୟମାନ ଚ୍ୟାନେଲ ମାଧ୍ୟମରେ ଏବଂ ପାକିସ୍ତାନର ଅନୁରୋଧରେ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସ୍ପଷ୍ଟ ଭାବରେ କହିଥିଲେ ଯେ ଏହି ସମ୍ପୂର୍ଣ୍ଣ ଘଟଣା ସମୟରେ, କେବେବି କୌଣସି ସ୍ତରରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି କିମ୍ବା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆମେରିକା ଦ୍ୱାରା ମଧ୍ୟସ୍ଥତା ଭଳି ବିଷୟ ଉପରେ କୌଣସି ଆଲୋଚନା ହୋଇନାହିଁ। ଉତ୍ତେଜନା ହ୍ରାସ କରିବା ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନା ହୋଇଥିଲା। ଏବଂ ଏହା ପାକିସ୍ତାନର ଅନୁରୋଧରେ ହୋଇଥିଲା।

– ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମୟରେ ପଚାରିଥିଲେ, ସେ କାନାଡାରୁ ଫେରିବା ସମୟରେ ଆମେରିକାରେ ରହିପାରିବେ କି? ପ୍ରଧାନମନ୍ତ୍ରୀଙ୍କର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକୁ ଧ୍ୟାନରେ ଏପରି କରିବାରେ ଅସମର୍ଥତା ପ୍ରକାଶ କରିଥିଲେ।

ପୁଣି ବଢିଲା ସୁନା ; ଜାଣନ୍ତୁ କେତେ

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories