ବାତ୍ୟା କେବେ ଓ କେଉଁଠି ସ୍ଥଳଭାଗ ଛୁଇଁବ ତାହାର ଆକଳନ କରାଯାଇ ନାହିଁ
ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ପାଣିପାଗ ବିଭାଗ ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ବାତ୍ୟା କେବେ ଓ କେଉଁଠି ସ୍ଥଳଭାଗ ଛୁଇଁବ ତାହାର ଆକଳନ କରାଯାଇ ନାହିଁ। ଲଘୁଚାପ କ୍ଷେତ୍ରଟି ଉତ୍ତର ପଶ୍ଚିମକୁ ଗତିକରି ଆସନ୍ତାକାଲି ଅବପାତ ହେବ। ଅବପାତଟି ମେ’ ୮ତାରିଖ ସନ୍ଧ୍ୟାରେ ବାତ୍ୟାରେ ରୂପାନ୍ତରିତ ହୋଇପାରେ। କ୍ରମେ ଏହା ମେ’ ୧୦ତାରିଖ ସୁଦ୍ଧା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବ। ତେବେ ବାତ୍ୟା କେଉଁ ଉପକୂଳ ଛୁଇଁବ ଆକଳନ ହୋଇନାହିଁ। ଆସନ୍ତାକାଲି ଅବପାତରେ ପରିଣତ ହେଲାପରେ ଅଧିକ ସ୍ପଷ୍ଟତା ଆସିବ। ମେ’ ୯ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀ ଫେରି ଆସିବା ଉଚିତ ବୋଲି ପାଣିପାଗ ବିଭାଗ ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
Comments are closed.