ଲଡୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ପଞ୍ଚାୟତ କୁମୁଡାମୁଣ୍ଡା ଗ୍ରାମରେ ଏକଳ ଅଭିଯାନ ତରଫରୁ ବିଶ୍ବ ପର୍ଯ୍ୟାବରଣ ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ କୋକସରା ବ୍ଲକ ସଞ୍ଚ ପ୍ରମୁଖ ସୁରେନ୍ଦ୍ର ରାଉତ, ଆଚାର୍ଯ୍ୟ ଲକ୍ଷ୍ମଣ ଅଧିକାରୀ, ଏକଳ ବିଦ୍ୟାଳୟ କୁମୁଡାମୁଣ୍ଡା ଗ୍ରାମ୍ୟ ସମିତି ସଭାପତି ଉଦୟନାଥ ନାଏକଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ ବିଶ୍ଵରେ ଋତୁଚକ୍ର ପରିବର୍ତ୍ତନ ଓ ବୃଦ୍ଧି ପାଉଥିବା ତାପମାତ୍ରାକୁ କେବଳ ବୃକ୍ଷ ରୋପଣ ଦ୍ଵାରା ଆମେ ପୃଥିବୀକୁ ଋତୁଚକ୍ରର ଅନିୟମିତତାରୁ ସନ୍ତୁଳନ କରିବାରେ ସହାୟକ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ।
Popular Categories



