www.samajalive.in
Sunday, December 14, 2025
26.1 C
Bhubaneswar

ଏମଏସଏସ ବିଦ୍ୟାପୀଠକୁ ରାଜ୍ୟସ୍ତରୀୟ ପ୍ରକୃତି ମିତ୍ର ପୁରସ୍କାର

ଆଠଗଡ,: କଟକ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ବିଦ୍ୟାଳୟ ଭାବେ ଆଠଗଡ ବ୍ଲକର ଯୋରନ୍ଦାସ୍ଥିତ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠକୁ ଚଳିତବର୍ଷ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଟକ ଜିଲ୍ଲା ପରିବେଶ ସମିତି ପକ୍ଷରୁ ଏହି ବିଦ୍ୟାଳୟକୁ ମନୋନୀତ କରାଯାଇଥିଲା। ଗତ ଜୁନ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ଅବସରରେ ରାଜ୍ୟ ସ୍ତରୀୟ ପ୍ରକୃତ ମିତ୍ର ପୁରସ୍କାର ଉତ୍ସବ ଭୁବନେଶ୍ୱର ସ୍ଥିତ ଓୟୁଏଟିର କୃଷି ଶିକ୍ଷା ସଦନଠାରେ ଆୟୋଜିତ ହୋଇଥିବା ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସମ୍ମାନିତ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ।

ଏମଏସଏସ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ମଧୁଲିତା ଦାଶ ଓ ଇକୋ କ୍ଲବ୍ ଶିକ୍ଷକ ସନ୍ତୋଷ କୁମାର ତ୍ରିପାଠୀ ଉକ୍ତ ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦାନ କରି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀଙ୍କ ଠାରୁ ପ୍ରମାଣପତ୍ର ସହ ପୁରସ୍କାର ରାଶିର ଚେକ୍ ଗ୍ରହଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଏବଂ ସର୍ବୋପରି ଛାତ୍ରଛାତ୍ରୀଙ୍କ ସହଯୋଗରେ ଏହି ସଫଳତା ମିଳିପାରିଛି ବୋଲି ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଦାଶ କହିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories