www.samajalive.in
Wednesday, December 10, 2025
23.1 C
Bhubaneswar

ଦୁଲୁକିଲା ପଦ୍ମପୁର ଚଇତି ମଞ୍ଚ

ପଦ୍ମପୁର: ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ସ୍ଥାନୀୟ ବିଜୟାନନ୍ଦ ଉଚ୍ଚ ବିଦ୍ୟାଳୟରେ ଲୋକକଳା ସଂସ୍କୃତିର ଅନନ୍ୟ ‘ଚଇତି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖମାପାଦର ନାଳରୁ ପବିତ୍ର ଜଳକୁ ଗଙ୍ଗା ଆବାହନ କରାଯାଇ ଶତାଧିକ ପୁରୁଷ ଓ ମହିଳା ବିରାଟ ପଟୁଆରରେ କଳସ ଶୋଭାଯାତ୍ରାରେ ବାହାରିଥିଲେ। ଗୋଷ୍ଠି ଉନ୍ନୟନ ଅଧିକାରୀ ତଥା ଚଇତି ପରିଚାଳନା କମିଟିର ଅଧ୍ୟକ୍ଷ ସୁଜିତ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଵିଷ୍ଣୁ ପ୍ରସାଦ ପଣ୍ଡା, ବ୍ଲକ ଅଧ୍ୟକ୍ଷା ମଣୀମାଳା ଶବର, ଉପାଧ୍ୟକ୍ଷ ରମେଶ ସାହୁ, ଜିଲ୍ଲା ପରିଷଦ ସଭ୍ୟ ରବିନାରାୟଣ ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ଦଳର ନେତା, କର୍ମୀ ଓ ଗ୍ରାମବାସୀଙ୍କ ଦ୍ୱାରା ବିରାଟ ଶୋଭାଯାତ୍ରାରେ ଚଇତି ମଣ୍ଡପରେ ସମସ୍ତ ପୂର୍ଣ୍ଣ କଳସକୁ ସ୍ଥାପନା କରାଯାଇଥିଲା। ଏହି ଅବସରରେ ସରକାରଙ୍କ ବିଭିନ୍ନ ବିଭାଗ ପଶୁ ସମ୍ପଦ, ଶିଶୁ ବିକାଶ, ମିଶନ ଶକ୍ତି, ସ୍ୱାସ୍ଥ୍ୟ, ଉଦ୍ୟାନ, କୃଷି, ଶିକ୍ଷା, ଆଦିବାସୀ ଉନୟନ ସଂସ୍ଥା ପକ୍ଷରୁ ୨୪ଟି ଷ୍ଟଲ ପ୍ରଦର୍ଶିତ ହୋଇଥିଲା। ଏହି ଚଇତି କାର୍ଯ୍ୟକ୍ରମର ସଂନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୟା ମାଝୀ, ମୁଖ୍ୟ ବକ୍ତା ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା କଳାକାରମାନେ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ।

Hot this week

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

Related Articles

Popular Categories