www.samajalive.in
Wednesday, December 10, 2025
23.1 C
Bhubaneswar

ଖ୍ରୀଷ୍ଟମାସ୍‌‌ ଏବଂ ନୂଆ ବର୍ଷ ପାଳନ ପାଇଁ ଜିଲାସ୍ତରୀୟ ବୈଠକ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଖ୍ରୀଷ୍ଟମାସ୍‌‌-୨୦୨୩ ଏବଂ ନୂଆ ବର୍ଷ-୨୦୨୪କୁ ଶାନ୍ତି ଓ ସଦ୍‌‌ଭାବନାର ସହ ପାଳନ କରିବା ନିମନ୍ତେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍‌‌ ଏଥିରେ ଅଧ୍ୟକ୍ଷତା କରି ଏହି ପର୍ବ ଦୁଇଟିକୁ ଶାନ୍ତି ଓ ସଦ୍‌‌ଭାବନାର ସହ ପାଳନ କରିବା ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଜିଲ୍ଲା ପ୍ରଶାସନର ଏ ଦିଗରେ ସହଯୋଗ ମଧ୍ୟ ରହିବ। ଏହି ପର୍ବ ଦୁଇଟିକୁ ଭଲରେ ପାଳନ କରିବାକୁ ଯଦି କିଛି ଅସୁବିଧା ରହିଛି ତେବେ ସେ ବିଷୟରେ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ। ସେହିପରି କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର କହିଲେ, ସମସ୍ତେ ଏକାଠି ହୋଇ ଏହାକୁ ଭଲରେ ପାଳନ କରିବା।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories