www.samajalive.in
Sunday, December 14, 2025
17.1 C
Bhubaneswar

ବ୍ଲକ ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

ଲାଞ୍ଜିଗଡ଼: ଲାଞ୍ଜିଗଡ ବ୍ଲକ ପ୍ରଶାସନ ଦ୍ୱାରା ଆରମ୍ଭ ହୋଇଥିବା ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଧିରେଧିରେ ଲୋକପ୍ରିୟ ହେବାରେ ଲାଗିଛି। ଯୁବ ପ୍ରଶାସକ ଜିତେନ୍ଦ୍ର କୁମାର ମିଶ୍ରଙ୍କ କଳ୍ପନା ପ୍ରସୂତ ଏହି କାର୍ଯ୍ୟକ୍ରମ ଦ୍ୱାରା ଲୋକେ ବହୁମାତ୍ରାରେ ଆକୃଷ୍ଟ ହେବା ସହିତ ନିଜ ନିଜର ଆପତ୍ତି ଓ ଅଭିଯୋଗ ଜଣାଇବାକୁ ପ୍ରତି ମଙ୍ଗଳବାର ପଞ୍ଚାୟତ କାର୍ଯ୍ୟାଳୟରେ ରୁଣ୍ଡ ହେଉଥିବା ଦେଖିବାକୁ ମିଳିଛି। ଆଜି ମଙ୍ଗଳବାର ବ୍ଲକ ସମ୍ବିଳନୀ କକ୍ଷଠାରେ ଲାଞ୍ଜିଗଡ ବ୍ଳକ ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁର ପଞ୍ଚାୟତର ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଆୟୋଜନ କରାଯାଇଥିବାବେଳେ ପ୍ରଶାସନ ନିକଟରେ ଲୋକେ ସେମାନଙ୍କ ଆପତ୍ତି ଓ ଅଭିଯୋଗ ଜଣାଉଥିବା ଦେଖିବାକୁ ମିଳିଥିଲା।

ବିଶ୍ୱନାଥପୁର ସରପଞ୍ଚ ସୁରଥ ମାଝୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ଲାଞ୍ଜିଗଡ ବ୍ଲକ ଏବିଡ଼ିଓ ବିଭୁତି ଭୂଷଣ ଶତପଥି ଓ ପଞ୍ଚାୟତ ଅଧୀନରେ ଥିବା ବିଭିନ୍ନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ସାହୁ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। ଯୋଗାଣ ସହାୟକ ତପନ ଘଡେଇ ସହଯୋଗ କରିଥିଲେ। ପଞ୍ଚାୟତରେ ୯୨ ଜଣ ଲୋକେ ସାମିଲ ହୋଇ ନିଜ ନିଜର ଅଭିଯୋଗ ପ୍ରଶାସନ ନିକଟରେ ଉତ୍‌ଥାପନ କରିବା ଦେଖିବାକୁ ମିଳିଥିଲା ।ଆବାସ ଯୋଜନାରେ ଘର ଓ ଭତ୍ତା ବାବଦକୁ ଲୋକଙ୍କ ଅଧିକାଂଶ ଅଭିଯୋଗ ରହିଥିଲା।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories