www.samajalive.in
Sunday, December 7, 2025
23.1 C
Bhubaneswar

ସନ୍ଧ୍ୟା ୫ଟା – ମୁଖ୍ୟ ଖବର

–ଛତିଶା ନିଯୋଗ ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ। ସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ।

–ସ୍ନାନଯାତ୍ରା ପାଇଁ ରାତି ୧ଟାରେ ମଙ୍ଗଳାର୍ପଣ, ଭୋର ୪ଟା ପର୍ଯ୍ୟନ୍ତ ପହଣ୍ଡି।

- Advertisement -

–ଗୁଣ୍ଡିଚା ଯାତ୍ରା: ସକାଳ ୮.୩୦ରେ ପହଣ୍ଡି, ଅପରାହ୍ଣ ୩ଟାର ରଥଟଣା।

–ବାହୁଡ଼ା ଯାତ୍ରା: ମଧ୍ୟାହ୍ନ ୧୨ଟାରୁ ଦିନ ୨.୩୦ ପର୍ଯ୍ୟନ୍ତ ପହଣ୍ଡି; ଅପରାହ୍ଣ ୪ଟାରେ ରଥଟଣା

–ଭୋର ୪ଟାରୁ ସକାଳ ୫.୩୦ ସୁନାବେଶ, ବେଶ ଓଲାଗି ରାତି ୧୧ଟାରୁ ୧୨ଟା

–ଆସନ୍ତାକାଲିଠାରୁ ରାଜ୍ୟରେ ସମ୍ପୂର୍ଣ୍ଣ ଟିକାକରଣ ଅଭିଯାନ ଆରମ୍ଭ। ଉଭୟ କେନ୍ଦ୍ର ପଠାଇଥିବା ଓ ରାଜ୍ୟ କିଣିଥିବା ଟିକା ଦିଆଯିବ

–ପ୍ରତିଦିନ ୩ଲକ୍ଷ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ

–ଉଭୟ ଅନ୍‌ଲାଇନ ଓ ଅଫଲାଇନରେ ଟିକାକରଣ ପାଇଁ ଯୋଜନା

–ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି। ୩ରୁ୪ଦିନ ମଧ୍ୟରେ ଏମ୍‌ସରୁ ଡିସଚାର୍ଜ ହେବେ: ଅଧୀକ୍ଷକ

–କୋଭିଡ ମୃତ୍ୟୁ ସତ୍ୟପାଠ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ। ଯେଉଁଠି ବି କୋଭିଡ ମୃତ୍ୟୁ ହୋଇଥିଲେ ପ୍ରମାଣପତ୍ର ମିଳିବ।

–ଦିଲ୍ଲୀ, ଅରୁଣାଞ୍ଚଳପ୍ରଦେଶ ସମେତ ମଣିପୁରରେ ଭୂକମ୍ପ ଝଟକା

–ବାପା ମାଆଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ଆଶୀର୍ବାଦ ଯୋଜନା ‘ଘୋଷଣା କଲେ ମୁଖ୍ୟମନ୍ତ୍ରୀ’

–ପଞ୍ଚଭୂତରେ ଲୀନ ହେଲେ କଣ୍ଠଶିଳ୍ପୀ ତପୁ ମିଶ୍ର

–ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ; ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

–୨୪ ଘଣ୍ଟାରେ ରାଜ୍ୟରେ ୩୫୭୭ ନୂଆ କରୋନା ସଂକ୍ରମିତ ଚିହ୍ନଟ; ସଂଗରୋଧରୁ ୨୦୩୯, ସ୍ଥାନୀୟ ସଂକ୍ରମିତ ୧୫୩୮

–ଓଡ଼ିଶାରେ ୨୪ ଘଣ୍ଟାରେ ୪୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

–ସମ୍ବଲପୁର ଜିଲ୍ଲା ରେଡ଼ାଖୋଲ ବନଖଣ୍ତ(କେନ୍ଦୁପତ୍ର)ବିଭାଗ ଲୁହାପଙ୍କ ଗାଡୁମୁଣ୍ତା ଠାରେ ଦନ୍ତାହାତୀ ଆକ୍ରମଣରେ ଜଣେ କେନ୍ଦୁପତ୍ର ବନ୍ଧେଇ ଶ୍ରମିକ ମୃତ ; ୨ ଗୁରୁତର

–ଦେଶରେ ଦୈନିକ ସଂକ୍ରମଣ ୬୦ ହଜାର ତଳକୁ ଖସିଲା

–୨୪ ଘଣ୍ଟାରେ ଆଉ ୫୮ ହଜାର ୪୧୯ ନୂଆ ଆକ୍ରାନ୍ତ ଚିହ୍ନଟ ; ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୮,୮୧,୯୬୫କୁ ବୃଦ୍ଧି

–ଚିକିତ୍ସାଧୀନ ଅବସ୍ଥାରେ ଆଉ ୧ ହଜାର ୫୭୬ ଆକ୍ରାନ୍ତଙ୍କ ମୃତ୍ୟୁ ; ମୋଟ ମୃତ୍ୟୁ ସଂଖ୍ୟା ୩,୮୬,୭୧୩
ଦିନକରେ ଆଉ ୬୦,୦୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ୨,୮୭,୬୬,୦୦୯

–ବ୍ରିଟେନରେ ସଂପ୍ରତି କୋଭିଡ-୧୯ର ତୃତୀୟ ଲହର ବ୍ୟାପିବାରେ ଲାଗିଛି। ମାରାତ୍ମକ ସଂକ୍ରମଣ କ୍ଷମତା ରଖୁଥିବା ଡେଲଟା ଭାରିଆଣ୍ଟ ପାଇଁ ଦେଶରେ କୋଭିଡ-୧୯ର ତୃତୀୟ ଲହର ଆରମ୍ଭ ହୋଇଥିବା ଜଣେ ସ୍ୱାସ୍ଥ୍ୟ କହିଛନ୍ତି ବିଶେଷଜ୍ଞ

–ଦେଢବର୍ଷ ପରେ ବାପା ମା’ଙ୍କ ସହିତ ମିଳିତ ହେଲା ୫ବର୍ଷର ଅଷ୍ଟ୍ରେଲୀୟ ଶିଶୁ କନ୍ୟା

–ଜାତୀୟସ୍ତରରେ ବେତନ ସୀମା ଏବଂ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ପାଇଁ ଗଠିତ ବିଶେଷଜ୍ଞ କମିଟି ତାଙ୍କର ରିପୋର୍ଟ ଖୁବଶୀଘ୍ର କରିବେ ପ୍ରଦାନ

–୨୮ ଘଣ୍ଟାରେ ୧୦ ମହଲା ଘର ତିଆରି

–ଗୁଜରାଟର ସାବରମତୀ ନଦୀ ଏବଂ ଅହମଦାବାଦ ସହରରେ ଥିବା ଦୁଇଟି ହ୍ରଦ ଜଳରୁ କରୋନା ଭୂତାଣୁର ନମୁନା କରାଯାଇଛି ଠାବ ; ଆଇଆଇଟି ଗାନ୍ଧୀନଗରର ଏକ ଗବେଷକଦଳ ପକ୍ଷରୁ ଅଧ୍ୟୟନ

–କୋପା ଆମେରିକା ଫୁଟବଲ – ଆର୍ଜେଣ୍ଟିନା ଓ ଚିଲି ବିଜୟୀ

–ୟୁରୋ କପ୍‌: ହଙ୍ଗେରୀ-ଫ୍ରାନ୍‌ସ ମ୍ୟାଚ୍‌ ଡ୍ର, ଜର୍ମାନୀ ବିଜୟୀ ; – ସ୍କଟଲାଣ୍ଡ ସହ ପଏଣ୍ଟ ଭାଗକଲା ଇଂଲଣ୍ଡ

–କୋପା ଆମେରିକା ଫୁଟବଲ – ଆର୍ଜେଣ୍ଟିନା ଓ ଚିଲି ବିଜୟୀ

–୧୯୫୭ରେ କଟକର ବାରବାଟୀ ଷ୍ଟାଡ଼ିୟମରେ ଜାତୀୟ ଦୌଡ଼କୁଦ ପ୍ରତିଯୋଗିତା ; ବାରବାଟୀ ଷ୍ଟାଡିୟମ୍‌ ଟ୍ରାକ୍‌କୁ ମାପିଥିଲେ ମିଲ୍‌ଖା

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories