ଦିନ ୧୦ଟା ମୁଖ୍ୟ ଖବର

– ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଠଗଡ଼ ତିଗିରିଆ ଥାନା ସୁରେନ୍ଦ୍ରପାଟଣା ମୁଣ୍ଡିଆସାହିରେ ଘରେ ପଶି ଆକ୍ରମଣ: ଜଣେ ମୃତ, ୨ ଗୁରୁତର ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି
– ଛତିଶଗଡ଼ ସୁକୁମାରେ ପୋଙ୍ଗାଭେଜି ପଂଚାୟତ ସରପଞ୍ଚକୁ ଘରୁ ଡାକି ନେଇ ରାବଡୀପାରା ଜଙ୍ଗଲରେ ଗୁଳି କରି ହତ୍ୟା କଲେ ମାଓବାଦୀ
– ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ କେ କବିତାଙ୍କୁ ଆସନ୍ତାକାଲି ହଜାର ହେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ
– ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଗିରଫଦାରୀ ଉପରେ ରୋକ ଲଗାଇଲେ ଇସଲାମାବାଦର ଏକ କୋର୍ଟ, ମାର୍ଚ୍ଚ ୧୩ ଯାଏଁ ଗିରଫ ହେବେନି ଇମ୍ରାନ, ସବୁ ଜାମିନ ବିହୀନ ଗିରଫ ନିର୍ଦ୍ଦେଶ ବାତିଲ
– ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
– ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତଙ୍କ ଜୀବନରେ ଆନନ୍ଦ ଓ ରଙ୍ଗର ବର୍ଷା ହେଉ
– ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଜଣାଇଲେ ହୋଲି ଶୁଭେଚ୍ଛା
– ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଧାଗୋବିନ୍ଦଙ୍କ କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ
– ପ୍ରଥମ ଦକ୍ଷିଣ ଏସୀୟ ବିଚାରପତି ଭାବେ ଭାରତୀୟ ଆମେରିକୀୟ ଅରୁଣ ସୁବ୍ରମଣ୍ୟନ୍ ହେବେ ନ୍ୟୁୟର୍କ ଦକ୍ଷିଣ ଜିଲ୍ଲାର ବିଚାରପତି
– ଆଜି ଦ୍ବିତୀୟ ଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମାଣିକ ଶାହ, ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ, ଅମିତ ଶାହ ଓ ଜେ.ପି ନଡ୍ଡା
– ବାଙ୍ଗଲାଦେଶ ଢାକାରେ ବିସ୍ଫୋରଣ: ୧୭ ମୃତ, ଶତାଧିକ ଆହତ, ଉଦ୍ଧାର କାର୍ଯ୍ୟ ଜାରି
– ଏକ ୭ ମହଲା କୋଠାରେ ରସାୟନ ସାମଗ୍ରୀ ଯୋଗୁ ବିସ୍ଫୋରଣ ସୂଚନା
– ବାଲେଶ୍ୱର ସୋର ନିକଟରେ ଧାମରାରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ର ଗୋଟିଏ ବଗିରେ ଅଗ୍ନିକାଣ୍ଡ, ନିଅଁ ଲିଭାଉଛି ଅଗ୍ନିଶମ ବାହିନୀ
– ଦିଲ୍ଲୀ ସରକାରରେ ୨ ନୂଆ ମନ୍ତ୍ରୀ ସାମିଲ, ଆତିଶୀ ଓ ସୌରଭ ଭରଦ୍ୱାଜଙ୍କ ମନ୍ତ୍ରୀ ପଦକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

Comments are closed.