www.samajalive.in
Sunday, December 14, 2025
17.1 C
Bhubaneswar

ହରପାର୍ବତୀ ଡ୍ରାମାଟିକ କ୍ଲବର ବାର୍ଷିକ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଗୁରୁଡ଼ିଝାଟିଆ: ଯୁବକମାନଙ୍କ ଭିତରେ ଏକତା ଓ ଭାଇଚାରା ସୃଷ୍ଟି କରି ସୁସ୍ଥ ସମାଜ ଗଠନ ଦିଗରେ ସାଂସ୍କୃତିକ କାର୍ଯ୍ୟକ୍ରମର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। କଳାକୁ ପ୍ରଦର୍ଶିତ କରିବା ସହ ମନ ଓ ହୃଦୟରେ ସରସତା ଭରିଦେବାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସକ୍ଷମ ହୋଇଥାଏ ବୋଲି ବାଳି ଗାଁର ହରପାର୍ବତୀ ଡ୍ରାମାଟିକ କ୍ଲବର ବାର୍ଷିକ ଉତ୍ସବରେ ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପରୋକ୍ତ ମତପ୍ରକାଶ କରିବା ସହ କ୍ଲବର କର୍ମକର୍ତ୍ତାଙ୍କ ଏଭଳି କାର୍ଯ୍ୟକୁ ସାଧୁବାଦ ଜଣାଇଥିଲେ।

କ୍ଲବର ସଭାପତି ତଥା ଯୁବ ସଂଗଠକ ରାଜୀବ ଲୋଚନ ଦାସ ଉତ୍ସବରେ ଅଧ୍ୟକ୍ଷତା କରି ଗ୍ରାମାଞ୍ଚଳ ପରିବେଶ ଭିତରେ ଯୁବକଙ୍କ ମନରେ ହସ ଭରି ସେମାନଙ୍କୁ ସକାରାତ୍ମକ ଢଙ୍ଗରେ ଗଢିତୋଳିବା ଉଦ୍ଦେଶ୍ୟରେ କ୍ଲବ ପ୍ରତ୍ୟେକ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ଗ୍ରାମବାସୀଙ୍କ ସହଯୋଗରେ କରି ଆସୁଛି ବୋଲି କହିଥିଲେ। ଓରନ୍ଦା ସରପଞ୍ଚ ବିନ୍ଦୁବାସିନୀ ଦାସ, ଗାଁ ସଭାପତି ଶ୍ରୀନିବାସ ଦଳେଇ, ସଂପାଦକ ବିଭୂତି ଭୂଷଣ ଦାସ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, କେଶବ ଚନ୍ଦ୍ର ଦଳେଇ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। କ୍ଲବ ପକ୍ଷରୁ ଦୁଇଦିନ ଧରି ସାମାଜିକ ନାଟକ ଶ୍ୟାମ ସୁନ୍ଦର ନାୟକଙ୍କ ନିର୍ଦ୍ଦେଶନାରେ ‘ନୂଆରାମାୟଣ କାହାଣୀ ଶୁଣ ଓ ଆଖି ଅବୁଝାକୁ ଲୁହ ଅବୁଝା” ପରିବେଷଣ କରାଯାଇଥିଲା। ଦିଲ୍ଲିପ ଦାସ, ମନୋଜ ଦାସ, ମୃତ୍ୟୁଞ୍ଜୟ ଦାସ, ରାହୁଲ ସାହୁ, ଆଶିଷ ବିଶ୍ୱାଳ, ବିଭୂ ରଞ୍ଜନ ବିଶ୍ୱାଳ ଓ ସଂଜୟ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories