ଗୁରୁଡ଼ିଝାଟିଆ: ସମସ୍ତ ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ନାଗରା ପିଟୁଛି ଗଣଶିକ୍ଷା ବିଭାଗ। ପ୍ରତିଯୋଗିତା ମୂଳକ ପରୀକ୍ଷାରେ ନିଜକୁ ଗଢିତୋଳିବା ପାଇଁ ବିଦ୍ୟାଳୟସ୍ତରରୁ ପ୍ରସ୍ତୁତ ହେବା, କମ୍ପ୍ୟୁଟର ଶିକ୍ଷା ଓ ବିଷୟଗତ ଦକ୍ଷତା ବୃଦ୍ଧି ପାଇଁ ସରକାର ବ୍ୟାପକ ଅର୍ଥ ବ୍ୟୟ କରୁଛନ୍ତି। ହେଲେ ଏ ସବୁ ସୁବିଧାରୁ ବଞ୍ଚିତ ହୋଇ ଶିକ୍ଷାକ୍ଷେତ୍ରରେ ପଛୁଆ ପଡ଼ିଯାଇଛନ୍ତି କଣ୍ଡରେଇ ଶ୍ୟାମସୁନ୍ଦର ଉଚ୍ଚ ବିଦ୍ୟାଳୟର ବିଦ୍ୟାର୍ଥୀମାନେ। ଆମର କଣ ଭୁଲ ଅଛି ସରକାର ଆମ ବିଦ୍ୟାଳୟକୁ ଆବଶ୍ୟକ ଶିକ୍ଷକ ଦେଉନାହାନ୍ତି ଏବଂ କମ୍ପୁଟର ନ ଥିବାରୁ ଏଥିରୁ ବଞ୍ଚିତ ହେଉଛୁ ଆମେ। ଏଭଳି ପ୍ରଶ୍ନ କରିବାକୁ ପଛାଇନାହାନ୍ତି ବିଦ୍ୟାର୍ଥୀମାନେ।
୧୯୮୩ ମସିହାରେ ଶ୍ୟାମସୁନ୍ଦର ବିଦ୍ୟାପୀଠ କଣ୍ଡରେଇରେ ସ୍ଥାପିତ ହୋଇଛି। ବିଦ୍ୟାଳୟରେ ୯ମ ଓ ୧୦ମ ଶ୍ରେଣୀରେ ୧୬୦ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି। ସେଥି ମଧ୍ୟରୁ ଅର୍ଦ୍ଦାଧିକ ଅନୁସୂଚିତ ଜନଜାତିର ବିଦ୍ୟାର୍ଥୀ ଅଟନ୍ତି। ବିଦ୍ୟାଳୟରେ ଅନୁମୋଦନ ଶିକ୍ଷକ ସଂଖ୍ୟା ୧୨ ହୋଇଥିôବା ବେଳେ ଏବେ ଅଛନ୍ତି ୬ଜଣ। କଳାଶିକ୍ଷକ ଆଦୌ ନ ଥିବା ବେଳେ ବିଜ୍ଞାନ ଶିକ୍ଷକ ଗୋଟିଏ ପଦବୀ ଖାଲି ପଡ଼ିଛି। କ୍ରୀଡା, ସଂସ୍କୃତ ଓ ହିନ୍ଦି ଶିକ୍ଷକ ମିଶିକରି ବାଧ୍ୟ ହୋଇ ବିଷୟଗତ ଶିକ୍ଷକ ନଥିବାରୁ ସାହିତ୍ୟ, ସାମାଜିକ, ଇତିହାସ ପ୍ରଭୃତି ପଢ଼ାଉଛନ୍ତି। ପ୍ରଧାନଶିକ୍ଷକ ବିଜ୍ଞାନ ବର୍ଗର ହୋଇଥିଲେ ହେଁ ଇଂରାଜୀ ପଢ଼ାଇବା ସହିତ ପିସିଏମ ଓ ସିବିଜେଡ ଉଭୟକୁ ପଢ଼ାଉଛନ୍ତି। ଆବଶ୍ୟକ ବିଷୟଗତ ଶିକ୍ଷକ ନଥିବାରୁ ବାଧ୍ୟ ହୋଇ ଗୋଟିଏ ଗୋଟିଏ
କେବଳ ସେତିକି ନୁହେଁ, ଶ୍ରେଣୀଗୃହରେ ୮୦ରୁ ଊର୍ଦ୍ଧ୍ବ ପିଲା ପଢ଼ୁଥିବାରୁ ସଠିକ୍ ଭାବରେ ଶେଷ ବେଞ୍ଚରେ ବସିବା ପିଲା ପାଠ ଧରିବାରେ ଅନେକ ସମୟରେ ଅସୁବିଧାର ସମ୍ମୁଖିନ ହେଉଛି। ରାଜ୍ୟ ସରକାର ଇଂରାଜୀ କ୍ଷେତ୍ରରେ ଦକ୍ଷ, ପ୍ରବୀଣ ଭାବେ ବିଦ୍ୟାର୍ଥୀଙ୍କୁ ଗଢିତୋଳିବା, ବିଜ୍ଞାନର ଗୁଢ ରହସ୍ୟକୁ ବିଦ୍ୟାଳୟ ସ୍ତରରୁ ସମାଧାନ ପାଇଁ ଉଦ୍ୟମ କରିବା ସର୍ବୋପରି ବୈଷୟିକ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ କମ୍ପୁଟର ଶିକ୍ଷା ବ୍ୟବସ୍ଥା ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ କରିଥିଲେ ମଧ୍ୟ ଶ୍ୟାମସୁନ୍ଦର ବିଦ୍ୟାପୀଠର ବିଦ୍ୟାର୍ଥୀଙ୍କ ପାଇଁ କାହିଁକି ଏଭଳି ମୌଳିକ ସୁବିଧା ଯୋଗାଇ ଦେବାରେ ପଛଘୁଞ୍ଚା ଦେଉଛନ୍ତି ତାହା ବୁଝା ପଡୁନାହିଁ। ବିଭାଗ ତୁରନ୍ତ ଆବଶ୍ୟକ ବିଷୟଗତ ଶିକ୍ଷକ ଓ କାମୋୟୁଟାର ପ୍ରଦାନ ପାଇଁ ଅଭିଭାବକମାନେ ଦାବି ଜଣାଇଛନ୍ତି।



