www.samajalive.in
Friday, December 5, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ଜାଲରେ ପଡିଲା ‘ଅଜବ ମାଛ’, ଜାପାନ ପରେ ଭାରତରେ ଆଣିବ କି ପ୍ରଳୟ!

ନୂଆଦିଲ୍ଲୀ : ତାମିଲନାଡୁର ତଟବର୍ତ୍ତୀ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ କିଛି ମତ୍ସ୍ୟଜୀବୀଙ୍କ ଜାଲରେ ସମୁଦ୍ରରୁ ଏକ ରହସ୍ୟମୟ ଓ ଦୁର୍ଲ୍ଲଭ ମାଛ ପଡିଛି । ଯାହାକୁ ‘ଡୁମ୍ସଡେ ଫିଶ୍‌’ ଅର୍ଥାତ୍‌ ‘ପ୍ରଳୟର ମାଛ’ ବୋଲି କୁହାଯାଏ । ଏହି ମାଛର ଅସଲି ନାମ(Oarfish) ଏହି ମାଛ ସାଧାରଣତଃ ଗଭୀର ସମୁଦ୍ରରେ ଦେଖାଯାଏ।

- Advertisement -

ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଭିଡିଓରେ ଦେଖିପାରିବେ, ୭ ଜଣ ମତ୍ସ୍ୟଜୀବୀ ଏହି ବିଶାଳ ମାଛଟିକୁ ଧରିଛନ୍ତି । ମାଛଟିର ଲମ୍ବ ପ୍ରାୟ ୧୫ ଫୁଟ୍‌ ବୋଲି କୁହାଯାଉଛି । ଏହାର ଶରୀର ରୁପା ଭଳି ଚମକୁଥିବା ଦେଖାଯାଉଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ ଏହି ମାଛକୁ ଅଶୁଭ ବୋଲି କୁହାଯାଏ । ଜାପାନ ଓ କିଛି ଅନ୍ୟ ଦେଶରେ ଏହି ମାଛର ଦେଖାଯିବା ପରେ ଭୂକମ୍ପ କିମ୍ବା ସମୁଦ୍ର ଝଡ, ସୁନାମୀ ଆଦି ପ୍ରାକୃତିକ ବିପର୍ଯ୍ୟୟ ହେବାର ଏହାର ଚେତାବନୀ ଦେଇଥାଏ । ଏହି କାରଣରୁ ହିଁ ଏହି ମାଛକୁ ‘ଡୁମ୍ସଡେ ଫିଶ୍‌’ କୁହାଯାଏ ।

ବଡ ଖୁସି ନେଇ ଆସୁଛି ଜୁଲାଇ ; ଗୋଟିଏ ପରେ ଗୋଟିଏ ରାଜଯୋଗ, ଏହି ରାଶି ହେବେ କୋଟିପତି, ଖୋଲିବ ବନ୍ଦ ଭାଗ୍ୟର ତାଲା

ଚିନ୍ତା ବଢାଇଲା ; ପୁଣି ସୁନା ଦର ବଢିଲା ଏତେ

ତେବେ ବୈଜ୍ଞାନିକ ଦୃଷ୍ଟି କୋଣରୁ କୁହାଯାଏ, ଏହି ମାଛ ଗଭୀର ସମୁଦ୍ରରେ ରହିଥାଏ । ମାଛଟି ରୋଗରେ ଆକ୍ରାନ୍ତ କିମ୍ବା ଆହତ ହେଲେ ହିଁ ଏହା ଏପରି ନଜର ଆସିଥାଏ । ତଥାପି ଲୋକକଥା ଓ ଭାଇରାଲ୍‌ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି । ବୈଜ୍ଞାନିକମାନେ କହିଛନ୍ତି, ଏହାର ସଠିକ୍‌ ପ୍ରଜାତି ଓ ସ୍ଥିତି ଚିହ୍ନଟ ପାଇଁ ଏହି ମାଛର ଯାଞ୍ଚ କରାଯିବ ।

ପୁଣି ମଝି ଆକାଶରୁ ଫେରିଲା; ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories