ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି ପାଇଁ ଟେବୁଲ୍‍ ଟପ୍‍ ଏକ୍ସରସାଇଜ୍‍ ବୈଠକ

ବାଙ୍କୀ: ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିର ତତ୍ୱାବଧାନରେ ବାଙ୍କୀ ବ୍ଲକ ପରିସରରେ ଶନିବାର ଅପରାହ୍ନ ୩ଟା ସମୟରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପ୍ରସ୍ତୁତି ପାଇଁ ଟେବୁଲ୍‍ ଟପ୍‍ ଏକ୍ସରସାଇଜ୍‍ ବୈଠକ ବାଙ୍କୀ ବିଡିଓ ଯୋଗେଶ୍ୱର ନାୟକଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ଏକ ବନ୍ୟା ପ୍ରବଣ ଅଂଚଳ। ପ୍ରତିବର୍ଷ ମହାନଦୀରେ ବନ୍ୟା ଆସିଲେ କୂଳବାସୀ ଆସନ୍ନ ସଂକଟର ନିକଟତର ହୋଇ ବିପଦସଂକୁଳ ଜୀବନ କଟାଇବା ବହୁ ବର୍ଷର ଘଟଣା।

prayash

ବିଶେଷ କରି ବନ୍ୟା ବିପର୍ଯ୍ୟୟ ଏବଂ ଆସନ୍ନ ବାତ୍ୟା ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ପ୍ରଶାସନିକ ସ୍ତରରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ କିଭଳି ପ୍ରାକ୍‍ ପ୍ରସ୍ତୁତ ରହି ଏହାକୁ ପରିଚାଳନା କରିବେ ସେ ସମ୍ପର୍କରେ ଏକ ଟେବୁଲ୍‍ ଟପ୍‍ ଆଲୋଚନା କରାଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ଏଜେନ୍ସି(ଓସ୍‍ଡମା)ର ନିର୍ବାହୀ ନିର୍ଦ୍ଦେଶକ ଜ୍ଞାନ ଦାସ ଯୋଗଦେଇ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ପ୍ରସ୍ତୁତି ସମ୍ପର୍କରେ ଅଧିକାରୀ ମାନେ ପଚରା ଯାଇଥିବା ପ୍ରଶ୍ନ ୨ ଦିନ ପରେ ତୁମ ଅଂଚଳରେ ବାତ୍ୟା କି ବନ୍ୟା ପରିସ୍ଥିତି ଆସିଛି,ତୁମେ ମୁକାବିଲା ପାଇଁ କିଭଳି ପ୍ରସ୍ତୁତ ଅଛ ତାର ଯଥାଯଥ ପ୍ରସ୍ତୁତି ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନେ ଉତ୍ତର ରଖିଥିଲେ। ଏହି ବୈଠକରେ ସହକାରୀ ନିର୍ବାହୀ ଯନ୍ତ୍ର ବିଜୟଲକ୍ଷ୍ମୀ ପରିଡ଼ା, ସହକାରୀ ଯନ୍ତ୍ରୀ ସତ୍ୟବ୍ରତ ସ୍ୱାଇଁ, ସଚ୍ଚିଦାନନ୍ଦ ପତି, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସୁଚିସ୍ମିତା ନାୟକ, ଆକାଉଣ୍ଟସ୍‍ ଅଫିସର ମଧୁସ୍ମିତା ପରିଜା, ବ୍ଲକ ମଙ୍ଗଳ ଅଧିକାରୀ ଚିତରଂଜନ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସେହିପରି ଶନିବାର ଦିନ ଅପରାହ୍ନ ୪.୩୦ ମିନିଟ ସମୟରେ ଡମପଡ଼ା ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ବିଡିଓ ଶ୍ୟାମଳ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଅନୁରୂପ ଭାବରେ ଡମପଡ଼ା ବ୍ଲକରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଟେବୁଲ୍‍ ଟପ୍‍ ଏକ୍ସରସାଇଜ୍‍ ବୈଠକ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ଏଜେନ୍ସି (ଓସ୍‍ଡମା)ର ନିର୍ବାହୀ ନିର୍ଦ୍ଦେଶକ ଜ୍ଞାନ ଦାସ ମୁଖ୍ୟଅତିଥି ଭାବରେ ଯୋଗଦେଇ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଉପଯୁକ୍ତ ପରାମର୍ଶ ପ୍ରଦାନ କରିଛନ୍ତି। ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ମୃତିମୟୀ ଜେନା, ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତ, ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ, ଗ୍ରାମପଞ୍ଚାୟତ ଅଧିକାରୀ ତ୍ରିନାଥ ଜେନା, କଂପ୍ୟୁଟର ପୋଗ୍ରାମର୍‍ ପ୍ରେମାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବ୍ଲକ ଅନ୍ତର୍ଗତ ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା ନିମନ୍ତେ କିଭଳି ପ୍ରସ୍ତୁତ ରହୁଛନ୍ତି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ବ୍ଲକର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.