www.samajalive.in
Monday, December 15, 2025
14.1 C
Bhubaneswar

ମେଘା ସେକ୍ଟରରେ ବିଶ୍ୱ ମଶା ଦିବସରେ ସଚେତନତା

ଆଠଗଡ଼: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୂଲ୍ୟରେ କନ୍ଦରପୁର ଗ୍ରାମ ଅଙ୍ଗନବାଡି କେନ୍ଦ୍ରଠାରେ ବିଶ୍ୱ ମଶା ଦିବସ ଅବସରରେ ଶନିବାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ପରାମର୍ଶକ୍ରମେ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ମଶା କାମୁଡା ଦ୍ୱାରା ଅନେକ ରୋଗର ଉତ୍ପତ୍ତି ହେଉଥିବାରୁ ଲୋକମାନେ ସଚେତନ ହୋଇ ମଶା ଦାଉରୁ ନିଜକୁ ରକ୍ଷା କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ବିଭିନ୍ନ ପ୍ରକାର ମଶା ଦ୍ୱାରା ଭିନ୍ନଭିନ୍ନ ରୋଗ ହୋଇଥାଏ। ଯେପରିକି ମାଇଏନୋଫିଲିସ ମଶା ଦ୍ୱାରା ମ୍ୟାଲେରିଆ, ମାଇଏଡିସ ମଶାଦ୍ୱାରା ଡେଙ୍ଗୁ, ମାଇକ୍ୟୁଲେକ୍ସ ମଶା ଦ୍ୱାରା ବାତଜ୍ୱର ଏବଂ ଅନ୍ୟ ମଶା ଦ୍ୱାରା କାଳାଜ୍ୱର, ଜାପାନି ଏନସାଫାଇଲେଟିସ ଜ୍ୱର ଇତ୍ୟାଦି ହୋଇଥାଏ। ତେଣୁ ମଶାର ଜୀବନଚକ୍ରକୁ ଅନୁଧ୍ୟାନ କରି ମଶା ବଂଶବୃଦ୍ଧି ରୋକାଯିବା ଆବଶ୍ୟକ ବୋଲି ଶ୍ରୀ ଅସଲମ କହିଥିଲେ। ବିଶେଷକରି ଦିନଦିନ ଧରି ପାଣି ଜମିରହୁଥିବା ପାତ୍ର, ସ୍ଥାନ, ଖାଲଖମାଗୁଡିକୁ ଧ୍ୟାନ ଦେଇ ସେଗୁଡିକରେ କିପରି ମଶାବଂଶ ବୃଦ୍ଧିନପାଇବ ସେ ଦିଗରେ କି ପ୍ରକାର ପଦକ୍ଷେପ ନେବା ଦରକାର ତାହା ସେ ବୁଝାଇଥିଲେ। ଘର ଆଖପାଖ ପରିଷ୍କାର ପରିଚ୍ଛନ ରଖିବା, ଆବଶ୍ୟକ କ୍ଷେତ୍ରରେ ଡିଡିଟି ଓ ବ୍ଲିଚିଂ ସିଞ୍ଚନ କରିବା ଲାଗି ସେ ପରାମର୍ଶ ଦେଇଥିଲେ। ଯେ କୌଣସି ଜ୍ୱର ହେଲେ ଡାକ୍ତରଙ୍କ ପରାମର୍ଶକ୍ରମେ ରକ୍ତ ପରୀକ୍ଷା କରି ଆବଶ୍ୟକସ୍ଥଳେ ତୁରନ୍ତ ଚିକିତ୍ସା କରାଇବା ଦରକାର ବୋଲି ଶ୍ରୀ ଅସଲମ କହିଥିଲେ। ମଶାର ବିନାଶରେ ଜୀବନର ବିକାଶ ହେବ ବୋଲି ସେ ବୁଝାଇବା ସହ ନିଜ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ କନ୍ଦରପୁର ଗ୍ରାମରେ ଖୋଲାକୂପ, ନଳକୂପ ଚତୁଃପାର୍ଶ୍ବ, ନାଳ ଓ ନର୍ଦ୍ଦମା ଆଦି ସଫେଇ କରାଯିବା ସହ ଏକ ସଚେତନତା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ଏହି କାର୍ଯ୍ୟକ୍ରମରେ ସିଏଚଓ ସୁଲେମା ଲାକ୍ରା, ଅଙ୍ଗନବାଡି କର୍ମୀ ହରପ୍ରିୟା ସେନାପତି, ପ୍ରତିଭା ଦାସ, ଆଶାକର୍ମୀ ସୁକାନ୍ତି ସାହୁ, ରେବତୀ ନାଏକଙ୍କ ସମେତ ଗାଁ କଲ୍ୟାଣ ସମିତିର ସଦସ୍ୟ ଯୋଗଦାନ କରି ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories