ଆଠଗଡ଼: ଆଠଗଡ଼ ବିଚାର ବିଭାଗୀୟ ଅଦାଲତ ପରିସରରେ ଶୁକ୍ରବାର ଅପରାହ୍ନରେ ଏକ ଥଣ୍ଡା ପାନୀୟଜଳ ଯନ୍ତ୍ର ଉଦ୍ଘାଟିତ ହୋଇଯାଇଛି। ‘ସତ୍ୟସାଇ ନିର୍ମଳ ଝର’ ନାମରେ ନାମିତ ଏହି ପ୍ରକଳ୍ପକୁ ଆଠଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ପ୍ରଦୀପ୍ତ କୁମାର ସାହୁ ଉଦ୍ଘାଟନ କରିଥିବାବେଳେ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମୟୀ ଆଚାର୍ଯ୍ୟ, ଏସଡିଜେଏମ ଏସ୍ କୁନମୁନ ଆଚାରୀ, ଜେଏମଏଫସି ପୁଜା ଜୈନ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ସତ୍ୟସାଇ ସଂଗଠନର ସଭ୍ୟ ସି ଯୋଗେଶ ଏହି ଥଣ୍ଡା ପାନୀୟ ଜଳ ଯନ୍ତ୍ରଟି ପ୍ରଦାନ କରିବା ସହିତ ଏହାର ପ୍ରତିଷ୍ଠାରେ ସହଯୋଗ କରିଥିଲେ। ଶ୍ରୀ ଯୋଗେଶ ଏହିଭଳି ୪୩ଟି ସ୍ଥାନରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଅଦ୍ୟାବଧି ସ୍ଥାପନ କରିସାରିଛନ୍ତି। ତିଗିରିଆ ଅଦାଲତ ପରିସରରେ ଏହିପରି ପ୍ରକଳ୍ପ ସ୍ଥାପିତ ହୋଇସାରିଥିବାବେଳେ ଆଗାମୀ ଦିନରେ ବଡମ୍ବା ଓ ନରସିଂହପୁରରେ ମଧ୍ୟ ସ୍ଥାପନ କରାଯିବ ବୋଲି ଶ୍ରୀ ଯୋଗେଶ ଓ ତାଙ୍କ ସହଧର୍ମିଣୀ ପ୍ରକାଶ କରିଥିଲେ।
ଏଟିବିଏନ ଓକିଲ ସଂଘର ସଦସ୍ୟ ଅକ୍ଷୟ କୁମାର ଜେନା ଓ ବିଷ୍ଣୁପ୍ରସାଦ ଦାଶଙ୍କ ଉଦ୍ୟମକ୍ରମେ ଓ ସଂଯୋଜନାରେ ଏହା ସମ୍ଭବ ହୋଇପାରିଛି ବୋଲି ଆଠଗଡ଼ ସତସାଇ ସେବା ସଂଗଠନ ପକ୍ଷରୁ କୁହାଯାଇଛି। ଆଠଗଡ଼ ସତ୍ୟସାଇ ସେବା ସଂଗଠନ କଟକର ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଠଗଡ଼ ଓକିଲ ସଂଘର ସମସ୍ତ ସଦସ୍ୟଙ୍କ ସମେତ ଆଠଗଡ଼ର ସାଇ ଆଶ୍ରିତ କ୍ଷିରୋଦାନନ୍ଦ ମିଶ୍ର, ଦେବାଶିଷ ସାମଲ, ଆଲୋକ ତ୍ରିପାଠୀ, ନିତ୍ୟାନନ୍ଦ ସାହୁ, ଚଇତାଳି ସେନଗୁପ୍ତା, ବସନ୍ତ କୁମାର ବେହେରା, ବ୍ରହ୍ମାନନ୍ଦ ଦାସ, ଦାଶରଥୀ ସାହୁ, ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।



