www.samajalive.in
Monday, December 15, 2025
17.1 C
Bhubaneswar

ବାଜିରାଉତ ଛାତ୍ରାବାସ ଓ ମାଳତୀ ଦେବୀ ଆଶ୍ରମ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଡେସ୍କ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ଓ ନାରୀ ନେତ୍ରୀ ସ୍ୱର୍ଗତ ମାଳତୀ ଚୌଧୁରୀଙ୍କ ଦ୍ୱାରା ଅନୁଗୋଳରେ ପ୍ରତିଷ୍ଠିତ ‘ବାଜି ରାଉତ ଛାତ୍ରାବାସ’ ସହ ‘ମାଳତୀ ଦେବୀ ଆଶ୍ରମ’ ପରିଦର୍ଶନ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆଶ୍ରମ ପରିସରରେ ଥିବା ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ଓ ସ୍ୱର୍ଗତ ମାଳତୀ ଚୌଧୁରୀଙ୍କ ପୁଣ୍ୟ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଛାତ୍ରାବାସ ଓ ଆଶ୍ରମର ଉନ୍ନତି ଏବଂ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ମାଳତୀ ଦେବୀଙ୍କ ଦାୟାଦ ଓ ଆଶ୍ରମର ସଦସ୍ୟ ମାନଙ୍କ ସହ ମଧ୍ୟ ବିଚାରବିମର୍ଶ କରିଥିଲେ।

ପରେ ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଛନ୍ତି ଆଶ୍ରମ ଓ ବାଜି ରାଉତ ଛାତ୍ରାବାସ ହେଉଛି ରାଷ୍ଟ୍ରର ଏକ ଶ୍ରଦ୍ଧାର କେନ୍ଦ୍ର। ବିଶେଷ ଭାବରେ ଆମ ଓଡ଼ିଆଙ୍କ ପାଇଁ ମୂଲ୍ୟବୋଧଯୁକ୍ତ ରାଜନୀତି ଓ ସମର୍ପିତ ରାଜନୀତିର ପ୍ରତ୍ୟକ୍ଷ ମନ୍ଦିର। ଏହି ଆଶ୍ରମ ଓ ଛାତ୍ରାବାସ ଯେତିକି ବିକାଶ ହେବା କଥା ହୋଇନାହିଁ। ବାଜି ରାଉତ ଛାତ୍ରବାସ ପାଇଁ ସେ ନିଜ ସାଂସଦ ପାଣ୍ଠିରୁ ଆର୍ଥିକ ସହାୟତା ଦେଇଥିଲେ। ତେବେ ଦୁଇ ମହାନ ସଂଗ୍ରାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଛାତ୍ରାବାସ ସମେତ ମାଳତୀ ଦେବୀ ଆଶ୍ରମର ବିକାଶ ପାଇଁ ସମସ୍ତେ ଦାୟିତ୍ୱ ନେବା ଉଚିତ୍ ବୋଲି ସେ କହିଛନ୍ତି।

- Advertisement -

ସେ କହିଥିଲେ ମାଳତୀ ଦେବୀ ଥିଲେ ନାରୀ ସଶକ୍ତିକରଣର ଅନ୍ୟତମ ପ୍ରତୀକ। ଦେଶର ସ୍ୱାଧୀନତା ସଂଗ୍ରାମରେ ଶିକ୍ଷା ଓ ନାରୀ ଶକ୍ତିକୁ ଯଥେଷ୍ଟ ଗୁରୁତ୍ୱ ଦେବା ସହ ସମାଜବାଦ, ଚାଷୀ ଓ ଭୂଦାନ ସହ ଅନେକ ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଓଡ଼ିଶା ପାଇଁ ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନବ୍ୟାପୀ ଅବଦାନ ଚିର ଆଦର୍ଶ ହୋଇ ରହିବ ବୋଲି ସେ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories