ଆଜିଠୁ ସିୟୁଇଟି (ସ୍ନାତକ) ପ୍ରବେଶିକା

ଭୁବନେଶ୍ବର: ଜାତୀୟ ପରୀକ୍ଷଣ ସଂସ୍ଥାନ(ଏନଟିଏ) ଦ୍ବାରା ପରିଚାଳିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଘରୋଇ ବିଶ୍ବବିଦ୍ୟାଳୟ ଏବଂ ସ୍ବୟଂ ଶାସିତ ମହାବିଦ୍ୟାଳୟର ସ୍ନାତକ(ୟୁଜି) ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଆଜି ଏକକ ବିଶ୍ବବିଦ୍ୟାଳୟ ପ୍ରବେଶିକା ପରୀକ୍ଷା(ସିୟୁଇଟି) ଅନୁଷ୍ଠିତ ହେବ। ଏହି ପରୀକ୍ଷା ଦୁଇଟି ଅଧିବେଶନରେ ହେବାକୁ ଥିବାବେଳେ ପ୍ରଥମ ଅଧିବେଶନ ମେ ୨୧ରୁ ୨୪ ଏବଂ ଦ୍ବିତୀୟ ଅଧିବେଶନ ମେ ୨୫ରୁ ୨୮ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ମୋଟ ୧୪ ଲକ୍ଷ ୯୯ ହଜାର ୭୭୮ ଛାତ୍ରଛାତ୍ରୀ ପ୍ରବେଶିକା ପାଇଁ ପଞ୍ଜୀକରଣ କରିଛନ୍ତି। ପ୍ରଥମ ଅଧିବେଶନରେ ପ୍ରାୟ ୮ ଲକ୍ଷ ଛାତ୍ରଛାତ୍ରୀ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ପରୀକ୍ଷା ଦେବାକୁ ଥିବାବେଳେ ଦ୍ବିତୀୟ ଅଧିବେଶନରେ ୭.୯୯ ଲକ୍ଷରୁ ଊର୍ଦ୍ଧ୍ବ ପଞ୍ଜିକୃତ ବିଦ୍ୟାର୍ଥୀ ପରୀକ୍ଷା ଦେବେ। ଏଥିପାଇଁ ଦେଶରେ ୨୯୫ ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି ବୋଲି ଏନଟିଏ ପକ୍ଷରୁ ସୂଚନା ମିଳିଛି।

Comments are closed.