ସମ୍ବଲପୁର: ସମ୍ବଲପୁର ସହର ସମେତ ଜିଲା ଏବେ ନିଶା କାରବାର ଭୂସ୍ୱର୍ଗ ପାଲଟିଥିବା ବେଳେ ଅବକାରୀ ବିଭାଗର ଚଢ଼ଉ ସମୟରେ ବ୍ରାଉନ ସୁଗାର ଓ ନିଶା ବଟିକା ଜବତ ହୋଇଛି। ଅବକାରୀ ବିଭାଗର ସୂଚନାନୁଯାୟୀ, ସଦର ଅବକାରୀ ଇନିସ୍ପକଟର ଅର୍ଣ୍ଣପୁର୍ଣ୍ଣା ରଥ ଙ୍କ ନେତୃତ୍ୱରେ ଅବକାରୀ ଓ ପୁଲିସ ଦଳର ମିଳିତ ଚଢ଼ଉ ସ୍ଥାନୀୟ ସୁନାପାଲି ଅଞ୍ଚଳରେ ଶନିବାର କରାଯାଇଥିଲା। ଭଦ୍ରକ ଅଞ୍ଚଳରୁ ୨ ଜଣ ଯୁବକ ନିଶା ବଟିକା ଓ ବ୍ରାଉନ ସୁଗାର ସମ୍ବଲପୁରକୁ ବିକ୍ର କରିବା ଉଦ୍ଦେଶ୍ୟରେ ନେଉଥିବାର ଖବର ପାଇଥିଲା। ଏଣୁ ସୁନାପାଲି ଅଞ୍ଚଳରେ ଚଢ଼ଉ ସମୟରେ ଅବକାରୀ ବିଭାଗକୁ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲାର ଔରଙ୍ଗାବାଦ ନିବାସୀ ସଦ୍ଦାମ ମୋମିନ (୩୨) ଓ ସୁନାପାଲି ନିବାସୀ ମହମ୍ମଦ ଇମ୍ରାନ ଅହମଦ ଖାନ (୨୭) ଙ୍କ ନିକଟରୁ ୧୨ ଗ୍ରାମ ବ୍ରାଉନ ସୁଗାର, ୧୦୦ଟି ନିଶା ବଟିକା ଓ ଏକ ସ୍କୁଟି (ଓଡି – ୧୫ – ଏଫ – ୬୪୩୫) ଜବତ କରାଯାଇଛି। ଜବତ ହୋଇଥିବା ନିଶା ସାମଗ୍ରୀ ଓ ଗାଡିର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।
Popular Categories



