www.samajalive.in
Sunday, December 14, 2025
26.1 C
Bhubaneswar

ରେଳ ଆନ୍ତଃ ବିଭାଗୀୟ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ସମ୍ବଲପୁର: ପୂର୍ବତଟ ରେଳପଥ କ୍ରିଡା ସଙ୍ଗଠନ ସମ୍ବଲପୁର ପକ୍ଷରୁ ସ୍ଥାନୀୟ ରେଳବାଇ ଷ୍ଟାଡିୟମ ରେଳ ନଗର ଠାରେ ଆୟୋଜିତ ଆନ୍ତଃ ବିଭାଗୀୟ ଦିବା ରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ମଣ୍ଡଳର ସମସ୍ତ ବିଭାଗ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ଉଦଯାପନୀ ଉତ୍ସବରେ ଫାଇନାଲ ମ୍ୟାଚ ଇଞ୍ଜିନିୟରିଂ ଦଳ ଓ ବିଦ୍ୟୁତ (ଓପି) ଦଳ ମଧ୍ୟରେ ହୋଇଥିଲା। ବିଦ୍ୟୁତ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୯ ୱିକେଟ ହରାଇ ୧୧୬ ରନ ସଂଗ୍ରହ କରିଥିଲେ। ଇଞ୍ଜିନୟରିଂ ଦଳ ଏହାକୁ ପିଛା କରି ୧୫ ଓଭରରେ ୬ ୱିକେଟ ବିନିମୟରେ ୧୦୧ ରନ ସଂଗ୍ରହ କରିଥିଲେ। ବିଦ୍ୟୁତ ଦଳ ୧୫ ରନରେ ଫାଇନାଲ ମ୍ୟାଚ ଜିଣି ଚାମ୍ପିୟନ ହୋଇଛନ୍ତି। ବିଦ୍ୟୁତ ଦଳର ସୁନୀଲ ଯାଦବ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ବେଳେ ଇଞ୍ଜିନିୟରିଂ ଦଳର ଶେଖ ଜାହାଙ୍ଗୀର ମ୍ୟାନ ଅଫ ଦି ସିରିଜ ହୋଇଛନ୍ତି। ଉଦଯାପନୀ ଉତ୍ସବରେ ମଣ୍ଡଳ ପ୍ରବନ୍ଧକ ବିନୀତ ସିଂ ମୁଖ୍ୟ ଅତିଥି, ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଙ୍ଗଠନ ସମ୍ବଲପୁର ଅଧ୍ୟକ୍ଷା ଅଞ୍ଜନୀ ସିଂ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଆନନ୍ଦ ସିଂ ଓ ରୂଚିକା ସିଂ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନେ ବିଜେତା ଓ ଉପ ବିଜେତା ଦଳ ଗୁଡୁକୁ ଶିଲ୍ଡ ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟକୁ କ୍ରିଡା ଅଧିକାରୀ ଡ. ମନୋଜ କୁମାର ବେହେରା ଙ୍କ ନେତୃତ୍ୱରେ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories