ରେଙ୍ଗାଲି: ସମ୍ବଲପୁର ପୋଲିସ ଏବଂ ଜେଏସଡବ୍ଲୁ ସମ୍ବଲପୁରର ମିଳିତ ଉଦ୍ୟମରେ ଠେଲକୋଲୋଇର ଜେଏସଡବ୍ଲୁ୍ ସ୍ଥିତ ଆକୁପେସନାଲ୍ ହେଲଥ୍ ସେଣ୍ଟରରେ ଠେଲକୋଇ ଥାନା ପ୍ରୟାସରେ ମୋ ସରକାର ଫାଇଭ୍ ଟି ସେଲ୍ ସମ୍ବଲପୁର ଦ୍ଵାରା ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ମିଳିତ ଭାବରେ ଜୟ ପ୍ରକାଶ ସିଂ (ଭିପିଏଚ ଆର ଏଣ୍ଡ ଏଡମିନ୍) ଏବଂ ଆଇଆଇସି ବିଭୂତି ଭୂଷଣ ଦଳେଇ ଉଦଘାଟନ କରିଥିଲେ। ଡାକ୍ତର ସୁଧlମୟ ନାୟକ, ଶ୍ରେୟଂଶ ଝା (ଏଜିଏମ), ଡାକ୍ତର ରବିଶଙ୍କର ଚୌଧୁରୀ, ଡାକ୍ତର ଅଖିଳ ମିଶ୍ର, ଡାକ୍ତର ଟେକ୍ ଚାନ୍ଦ ପଟେଲ, ଶିବ ସିଂହ ରlବତ୍ ଏବଂ ବି ବି ସିଂ ଉପସ୍ଥିତ ଥିଲେ। ଏହି ଶିବିରରେ ୧୫୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।
Popular Categories



