www.samajalive.in
Sunday, December 14, 2025
19.1 C
Bhubaneswar

ଦୁର୍ଗମ ଅଞ୍ଚଳ ଗାଁରେ ହାଡଫୁଟି ଆତଙ୍କ, ୨ ଗୁରୁତର

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଖାରିଗୁଡ଼ା ପଞ୍ଚାୟତ ଅଧିନ ଆରୁମପାଟା ଗାଁରେ ହାଡଫୁଟି ବ୍ୟାପିବାରେ ଲାଗିଛି। ଗାଁରେ ଗତ ୩ ମାସ ମଧ୍ୟରେ ପ୍ରାୟ ୩୦ରୁ ୩୫ ଜଣ ହାଡଫୁଟି ରୋଗରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବେଳେ ଏବେ ୨ ଜଣ ହାଡଫୁଟିରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଅଛନ୍ତି। ଗୁରୁତର ମାନେ ହେଲେ ଆବେଲ ମାଝୀ (୩୫) ଓ ୨ ବର୍ଷର ଯସ୍ମିତା ମାଝୀ। ଗ୍ରାମରେ ଦୀର୍ଘମାସ ଧରି ହାଡ ଫୁଟି ବ୍ୟାପିଥିଲେ ମଧ୍ୟ ଅଙ୍ଗନବାଡ଼ି, ଆଶା ଓ ସ୍ବାସ୍ଥ୍ୟ କର୍ମୀଙ୍କ ପାଖରେ ଖବର ନଥିଲା କି ସେମାନେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏ ସଂପର୍କରେ ମଧ୍ୟ ଜଣାଇପାରିନଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାଁଲୋକେ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ସେମାନେ କେବଳ ଦେଶୀ ଚିକିତ୍ସା (ଚ଼େରମୂଳି) ଉପରେ ନିର୍ଭର କରି ଔଷଧ ବ୍ୟବହାର କରୁଥିଲେ। ଖବର ପାଇ ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ଆୟୁଷ ଡାକ୍ତର ଗୋପାଳକୃଷ୍ଣ ସାହୁ ଓ ଟିମ ଆରୁମ ପାଟା ଗ୍ରାମରେ ପହଞ୍ଚି ଗୁରୁତର ମାନଙ୍କୁ ଚିକିତ୍ସା କରି ଔଷଧ ବିତରଣ କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories