ଆଠଗଡ଼: ଆଠଗଡ଼ ଥାନା ସନ୍ନିକଟ ଶ୍ରୀ ଶ୍ରୀ ତ୍ରିନାଥ ଦେବ ମନ୍ଦିରରେ ୨୨ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପବିତ୍ର ଅକ୍ଷୟତୃତୀୟା ଅବସରରେ ସକାଳେ ପଣ୍ଡିତମାନଙ୍କ ଦ୍ୱାରା ଅଙ୍କୁରାରୋପଣ ଓ ଅନ୍ୟାନ୍ୟ ପୂଜାନୀତି ପରେ ଶ୍ରଦ୍ଧାଳୁମାନେ ଭାଗୀରଥୀ ସାଗରରେ ସ୍ନାନକରି ଜଳକଳସ ଧାରଣ କରି ଏକ ଶୋଭାଯାତ୍ରାରେ ଆସି ମନ୍ଦିର ପରିସରସ୍ଥିତ ଯଜ୍ଞ ମଣ୍ଡପରେ ଘଟସ୍ଥାପନ କରିବା ପରେ ଯଜ୍ଞ ଆରମ୍ଭ ହୋଇଥିଲା। ସନ୍ଧ୍ୟାରେ ଯଜ୍ଞର ପୂର୍ଣ୍ଣାହୁତି ସମ୍ପନ୍ନ ହେବା ପରେ ଥାନାର କର୍ମଚାରୀମାନଙ୍କ ପକ୍ଷରୁ ପ୍ରସାଦସେବନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଆଠଗଡ଼ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଆଇନଜୀବୀ, ରାଜନୈତିକ ବ୍ୟକ୍ତିବିଶେଷ ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦାନ କରିଥିଲେ। ଆଇଆଇସି ବାମଦେବ ସ୍ୱାଇଁ, ଉପନିରୀକ୍ଷକ ବିଶ୍ୱଜିତ୍ ଜେନା, ଶକୁନ୍ତଳା ଦାସ, ସହକାରୀ ଉପନିରୀକ୍ଷକ ରାଧାନାଥ ରାଉତ, ରଞ୍ଜନ କୁମାର ସାହୁ ଓ ସୁଦର୍ଶନ ବେହେରାଙ୍କ ସମେତ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Popular Categories



