ମାରଡାବାସୀଙ୍କୁ ସ୍ୱାବଲମ୍ବି ପାଇଁ ଜିଲାପାଳଙ୍କ ପ୍ରଚେଷ୍ଟା

ହରଭଙ୍ଗା: ଅଭୟାରଣ୍ୟ ଅଭିଶାପରେ ପେଷି ହେଉଥିବା ହରଭଙ୍ଗା ବ୍ଲକ କୁଶଙ୍ଗ ପଂଚାୟତର ମାରଡା ଗାଁ ଳୋକଙ୍କ ଉପରେ ବୌଦ୍ଧ ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ଶୁଭ ଦୃଷ୍ଟି ପଡିଲା ପରେ ଜିଲ୍ଲାପାଳ ଦେଇଥିବା ପ୍ରତିଶୃତି ପୂରଣ ହେଵାକୁ ଯାଉଛି।ସେଠାକାର ମହିଳା ମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ବଡ଼ି, ପାମ୍ପଡ, ଆଚାର ଉପରେ ଓଡିଶା ଜୀବିକା ମିଶନ ପକ୍ଷରୁ ତାଲିମ୍ ପ୍ରଦାନ କରାଯାଇଛି। ଏହା ସହିତ ଉଭୟ ମହିଳା, ପୁରୁଷଙ୍କୁ ରୋଜଗାରକ୍ଷମ ଉଦ୍ଦେଶ୍ୟରେ ଖଜୁରୀ ରଶରୁ ଗୁଡ଼ ପ୍ରସ୍ତୁତି ପାଇଁ ଏକ ଟିମ ଭୁବନେଶ୍ୱରରୁ ପହଞ୍ଚି ମଙ୍ଗଳବାର ମାରଡ଼ା ପୁରୁଣା ସ୍କୁଲଠାରେ ଏକ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ଅଙ୍ଗନବାଡି ସୁପରଭାଇଜରଙ୍କ ସହିତ ବିପିଏମ ଏବଂ ତାଲିମ୍ କର୍ମକର୍ତ୍ତା ସାମିଲ ଥିଲେ।

kalyan agarbati

Comments are closed.