www.samajalive.in
Monday, December 15, 2025
17.1 C
Bhubaneswar

ଧାନ ମଣ୍ଡିରେ ବ୍ଲକସ୍ତରୀୟ କୃଷକ ଦିବସ ପାଳନ

କଲମପୁର: କଲମପୁର ବ୍ଲକ କୃଷି ବିଭାଗ ତରଫରୁ ରବିବାର ମଣ୍ଡଳ ଧାନ ମଣ୍ଡିଠାରେ ବ୍ଲକସ୍ତରୀୟ କୃଷକ ଦିବସ ପାଳନ କରାଯାଇଛି। ଏ ଅବସରରେ ମଣ୍ଡଳ ଦେବୀ ପୂଜକ ଅକ୍ଷି ବିହନ ପୂଜା କରିବା ପରେ ଆତ୍ମା କମିଟିର ଅଧ୍ୟକ୍ଷ କାମାକ୍ଷି ପ୍ରସାଦ ବେହେରା, ସହକାରୀ କୃଷି ଅଧିକାରୀ ନୌକେଶ୍ୱର ନାଗ, ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା ପ୍ରମୁଖ ଅକ୍ଷିମୁଠି ଅନୁକୂଳ କରିଥିଲେ। ପରବର୍ତି ସମୟରେ ଆତ୍ମା କମିଟିର ଅଧ୍ୟକ୍ଷ କାମାକ୍ଷି ପ୍ରସାଦ ବେହେରାଙ୍କ ଅଧ୍ୟକ୍ଷତାରେ କୃଷକ ସଚେତନତା ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ କଲମପୁର ବି.ଡି.ଓ ବିଜୟ କୁମାର ମାଣ୍ଡାଙ୍ଗି, ତହସିଲଦାର ରୁଦ୍ର ମୋହନ ନାୟକ, ପ୍ରାଣୀ ସମ୍ପଦ ଅଧିକାରୀ ଡାକ୍ତର ପ୍ରତୀକ ଦାସ ଅଧିକାରୀ, ମତ୍ସ୍ୟ ଚାଷ ଅଧିକାରୀ ମାନବେଶ ମହାପାତ୍ର,, କୋଟାଗାଁ ସରପଂଚ ଚନ୍ଦନ କୁମାର ପଣ୍ଡା, ମୀନଗୁର ସରପଂଚ ନିହାରୀକା ବେହେରା, ନୁଆଗାଁ ସରପଂଚ ଶୁସାନ୍ତ କୁମାର ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ। କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ ଏବଂ ମତ୍ସ୍ୟ ଚାଷ ବିଭାଗ ତରଫରୁ କୃଷକଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ କୃଷକଙ୍କୁ ବୁଝାଇଥିଲେ। ଏ ଅବସରରେ ପ୍ରାଣୀ ସମ୍ପଦ ଅଧିକାରୀ ଡାକ୍ତର ପ୍ରତୀକ ଦାସ ଅଧିକାରୀ ବିଭାଗ ତରଫରୁ ଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ବୁଝାଇଥିଲେ। ଏହାସହ ଚାଷୀ ମାନଙ୍କୁ ବତକ ଓ କୁକୁଡା ପାଳନ ସମ୍ବନ୍ଧରେ କହିବା ସହ କିଛି ଚାଷୀହ୍‌‌କୁ ବତକ ଏବଂ କୁକୁଡା ଚିଆଁ ପ୍ରଦାନ କରିଥିଲେ। ସେହିଭଳି ମତ୍ସ୍ୟ ଚାଷ ଅଧିକାରୀ ମାନବେଶ ମହାପାତ୍ର ମଧ୍ୟ ମତ୍ସ୍ୟ ଚାଷ ଦ୍ୱାରା ଆର୍ôତକ ସ୍ଥିତିର ବିକାଶ ନେଇ ଚାଷୀଙ୍କୁ ବୁଝାଇଥିଲେ। ସରକାରହ୍‌‌କ ତରଫରୁ ପୋଖରୀ ଖନନ ପାଇଁ ଦିଆଯାଉଥିବା ରିହାତି ସମ୍ବନ୍ଧରେ ଚାଷୀଙ୍କୁ ସୁଚନା ଦେଇଥିଲେ। ଏହାସହ ବିଭାଗର ଯୋଜନା ସମ୍ବନ୍ଧରେ କୃଷକଙ୍କୁ ଅବଗତ କରାଇ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories