ସଡକ ଦୁର୍ଘଟଣାରେ ୨ ବିଜେପି କର୍ମୀ ଗୁରୁତର

ଆଠଗଡ/ଗୁରୁଡିଝାଟିଆ: ଆଠଗଡରେ ଵିଜେପି ପକ୍ଷରୁ ଅକ୍ଷୟ ତୃତୀୟା ପାଇଁ ଅନୁଷ୍ଠିତ ହେଉଥିବା କାର୍ୟ୍ୟକ୍ରମରେ ଯୋଗଦାନ କରି ଫେରୁଥିବା ସମୟରେ ୫୫ନଂ ଜାତୀୟ ରାଜପଥ ଖୁଣ୍ଟୁଣୀ ବଜାରଠାରେ ରାସ୍ତା ପାର୍ଶ୍ଵରେ ଠିଆ ହୋଇଥିବା ଏକ ଟ୍ରକକୁ ଆଠଗଡ ଆଡୁ ସେମାନେ ଆସୁଥିବାହିରୋ ଗ୍ଲାମର ମୋଟର ସାଇକେଲ ପିଟି ହେଵା ଫଳରେ ମୋଟର ସାଇକେଲରେ ଥିବା ଦୁଇ ଆରୋହୀ ରୋଶନ ଵିଶୋଇ (୪୪) ଓ ସମୀର ପ୍ରଧାନ(୫୪) ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମାନଙ୍କୁ ଖୁଣ୍ଟୁଣୀ ଟ୍ରକ ମାଲିକ ସଂଘ ଆମ୍ବୁଲାନ୍ସ ଯୋଗେ ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ରୋଶନଙ୍କର ଗୋଡ ଓ ସମୀରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଖବର ପାଇ ବିଜେପି ନେତା ଅଭୟ କୁମାର ବାରିକ ଆଠଗଡ଼ ଡ଼ାକ୍ତରଖାନାରେ ପହଞ୍ଚି ଉଭୟଙ୍କୁ ଦେଖି ଡାକ୍ତରଙ୍କୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ସହାୟତାର ପ୍ରତିଶୃତି ଦେଇଥିଲେ। ଆହତ ଦ୍ଵୟ ମଧ୍ୟରୁ ରୋଶନଙ୍କ ଘର ଗୁରୁଡିଝାଟିଆ ଥାନା ବଳିପୁର ଓ ସମୀର ଘର ସେହି ଥାନା ଅନ୍ତର୍ଗତ କୁମାରପୁର ଵୋଲି ଜଣାପଡ଼ିଛି।
Comments are closed.