ଫୁଲବାଣୀ: ଫୁଲବାଣୀ ଜଗନ୍ନାଥ ମନ୍ଦିରରେ ଆସନ୍ତା ମହାପ୍ରଭୁଙ୍କ ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ ହୋଇଛି। ଅକ୍ଷୟ ତୃତୀୟରେ ଫୁଲବାଣୀ ରଥ ଖଳା ଠାରେ ରୀତିନୀତି ଅନୁସାରେ ରଥ କାଠ ପୂଜା କରି ମହାରଣା ସେବାୟତ ମାନେ ରଥ କାର୍ୟ୍ୟ ଆରମ୍ଭ କରିଛନ୍ତି। ଏହି ପୂଜା କାର୍ୟ୍ୟରେ ଜଗନ୍ନାଥ ମନ୍ଦିର ର ସଭାପତି ସୁନାସିର ମହାପାତ୍ର ଓ ବିଶ୍ଵକର୍ମା ସମାଜର ସଭାପତି ହରିଶ୍ଚନ୍ଦ୍ର ମହାରଣା ସମ୍ପାଦକ ଚକ୍ରଧର ମହାରଣା ଓ ଅଜିତ ମହାରଣା, ସୁକାନ୍ତ ମହାରଣା, ବିଜୟ ମହାନ୍ତି, ପ୍ରତାପ ପାତ୍ର, ରଜତ ମହାନ୍ତି, କୃଷ୍ଣ ମହାରଣା, ତ୍ରିନାଥ ମହାରଣା, ଦଣ୍ଡପାଣି ମହାରଣା, ଦାଶରଥି ମହାରଣା, ଟୁଟୁ ମହାରଣାଙ୍କ ଉପସ୍ଥିତିରେ ମହାରଣା ସେବାୟତ ମାନେ ପୂଜାର୍ଚନା କରି ମହାପ୍ରଭୁଙ୍କ ଆଜ୍ଞା ମାଲା ଆଣି ରଥ କାର୍ୟ୍ୟ ଅନୁକୂଳ କରିଥିଲେ।
Popular Categories



