କଂସାରି ସମାଜ ପକ୍ଷରୁ ଦହି ସରବତ ବଣ୍ଟନ

ରେଙ୍ଗାଲିକ୍ୟାମ୍ପ: ଅକ୍ଷୟ ତୃତୀୟା ଅବସରରେ ଅତାବିରା ଏନଏସିର କଂସାରୀ ସମାଜ ପକ୍ଷରୁ ଲୋକଙ୍କୁ ଦହି ସରବତ ବଣ୍ଟନ କରାଯାଇଥିଲା। ଏହି ସମାଜ ପକ୍ଷରୁ ଗତ ପାଞ୍ଚ ବର୍ଷ ଧରି ଏହି ଦିବସରେ ସରବତ ବଣ୍ଟା ହୋଇ ଆସୁଅଛି। ବସ୍ ଷ୍ଟାଣ୍ଡର ଉଭୟ ପାର୍ଶ୍ଵରେ ଏହି ସରବତ ସର୍ବସାଧାରଣଙ୍କୁ ବଣ୍ଟା ଯାଇଥିଲା। କଂଶାରି ସମାଜର ସଭାପତି ଭାରତ ଚନ୍ଦ୍ର ଦାସ, ସମ୍ପାଦକ ମାର୍କଣ୍ଡ ସାହୁ, ଉପ ସଭାପତି କୈଳାଶ ସାହୁ ପ୍ରମୁଖ ସରବତ ବଣ୍ଟନ କରିଥିଲେ। ପ୍ରାୟ ପାଞ୍ଚ ହଜାର ଲୋକଙ୍କୁ ଏହି ସରବତ ଦିଆଯାଇ ଥିଲା।
Comments are closed.