ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ଥାନା ଅନ୍ତର୍ଗତ ସୁରୁଣ୍ଡି ଗ୍ରାମର ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ପବିତ୍ର ଦେଉରି (୪୦)। ଆକ୍ରମଣରେ ତାଙ୍କର ଡ଼ାହାଣ ଗୋଡ଼ଟି ଅଧିକ କ୍ଷତ ହୋଇଛି। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ପବିତ୍ର ସକାଳ ସମୟରେ ନିକଟସ୍ଥ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ମାତ୍ର ସେହି ସମୟରେ ସେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ ବୋଲି ସୂଚନା ମିଳିଛି।
Popular Categories



