ଭୁବନେଶ୍ଵର: ଅର୍ଥତତ୍ତ୍ଵ ଚିଟ୍ଫଣ୍ଡ ଠକେଇ ମାମଲାରେ ଝାରପଡ଼ା ଜେଲରେ ବନ୍ଦୀ ଥିବା ପ୍ରଦୀପ ସେଠୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଜେଲର ଶୌଚାଳୟ ଭିତରେ ସେ ବେକରେ ଇନଭର୍ଟର ତାର ଗୁଡ଼ାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଜେଲ କର୍ମଚାରୀମାନେ ଶୌଚାଳୟ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିବା ପରେ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲ ପଠାଯାଇଛି। ମଙ୍ଗଳବାର ଏହି ଘଟଣା ଘଟିଛି। ଏହା ପୂର୍ବରୁ ମଧ୍ୟ ସେ ଜେଲ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିବାରୁ ତାଙ୍କୁ ମାନସିକ ରୋଗ ବିଭାଗରେ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡ଼ିଛି।
Popular Categories



