ଅତାବିରା ଗୋଷ୍ଠୀସ୍ଥରୀୟ ପରାମର୍ଶ ଶିବିର

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ନିୟୋଜନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଗୋଷ୍ଠୀସ୍ଥରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରରେ ମାତ୍ର ୧୩୫ ଜଣ ଯୁବକ ଯୁବତୀ ନାମ ପଞ୍ଜିକୃତ କରାଇଥିଲେ। ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବ୍ଲକର ବେକାର ଯୁବକ ଯୁବତୀ ମାନଙ୍କୁ ନିୟୋଜିତ କରିବା, ତାଙ୍କୁ ସ୍ବାବଲମ୍ବୀ କରାଇବା, ଅର୍ଥ ଉପାର୍ଜନ ପାଇଁ ରହିଥିବା ବିଭିନ୍ନ କ୍ଷେତ୍ରରେ ତାଙ୍କୁ ତାଲିମ ପ୍ରଦାନ କରିବା। କିନ୍ତୁ ଆଜିର ଏହି ଶିବିରରେ ମାତ୍ର କେଇ ଜଣ ପଞ୍ଜିକରଣ କରିପାରିଛନ୍ତି। ଏହି ଶିବିରର ଗୋଟିଏ ମାସ ପୂର୍ବରୁ ସମସ୍ତଙ୍କ ପାଖରେ ସୂଚନା ପହଞ୍ଚିବା ବ୍ୟବସ୍ଥା କରିବା ବାଞ୍ଛନୀୟ। କିନ୍ତୁ କେବଳ ନାମକୁ ମାତ୍ର ଶିବିର କହି ସୀମିତ ରଖି ଦେଉଥିବା ଯୋଗୁଁ ଅନେକ ବେକାର ଯୁବକ ଯୁବତୀ ବଞ୍ଚିତ ହେଉଛନ୍ତି। ଏହି ଶିବିରରେ ସୁନ୍ଦରଗଡ଼ର ସାହି ଏକପୋଷ୍ଟ ପି ଆଇ ଏ କମୋନୀ ୩୫ ଜଣ ଯୁବତୀଙ୍କୁ ମାଗଣାରେ ରହିବା, ଖାଇବା ଓ ତାଲିମ ଦେବା ପାଇଁ ନିଆଯାଇଛି।

Comments are closed.