www.samajalive.in
Monday, December 15, 2025
16.1 C
Bhubaneswar

ଗୋ ସୁରକ୍ଷାର ବାର୍ତ୍ତା ଦିଏ ଚକୁଳିର ଗୋକୁଲାଷ୍ଟମୀ ଯାତ୍ରା

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଚକୁଳିରେ ୧୯୯୨ ମସିହାରୁ କ୍ରମାଗତ ପାଳିତ ହୋଇ ଆସୁଛି ପବିତ୍ର ଗୋକୁଳାଷ୍ଟମୀ ଯାତ୍ରା। ମାର୍ଗଶିର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଏହା ଅନୁଷ୍ଠିତ ହୋଇଥାଏ ଗ୍ରାମରୁ ମାତ୍ର ତିନି କିମି ଦୂରରେ ଥିବା ଝାଉଁ ନଦୀ କୂଳରେ। ବାଲିରେ ବାଲୁକା ସ୍ତୁପ ତିଆରି କରି ସେଠାରେ ହରି ହରଙ୍କୁ ପୂଜା କରାଯାଏ। କାରଣ ହରଙ୍କ ବାହନ ନନ୍ଦୀ ବା ଷଣ୍ଢ (ବଳଦ) ଯାହା ସାହାଯ୍ୟରେ ଜମିକୁ ଚଷି କୃଷି ଉତ୍ପାଦନ କରାଯାଉଥିଲା ଏବଂ ହରି ଯିଏ ଗୋ ରକ୍ଷା ନିମନ୍ତେ ନିଜେ ଗୋପାଳକ ସାଜିଥିଲେ। ଗାଈକୁ ଗୋମାତା ରୂପେ ପୂଜା କରିବା ଆମର ସନାତନ ଧର୍ମରେ ବିଧି ରହିଛି। ଗାଈ ସ୍ତନରୁ ଝରୁଥିବା ଅମୃତ ପାନ କରି ମଣିଷ ଶିଶୁ ବଞ୍ଚେ। ଗୋ ସମ୍ପଦ ସର୍ବ ସୁଖକାରି ବୋଲି କୁହାଯାଏ। ତେଣୁ ହରି ହରଙ୍କୁ ଏକାଠି ପୂଜା କରି ଗୋ ପୂଜା ତଥା ଗୋ ସଂରକ୍ଷଣ ର ମହାନ୍ ଉଦ୍ଦେଶ୍ୟକୁ ଚରିତାର୍ଥ କରାଯାଏ।

ଚଳିତ ବର୍ଷ ଏହି ପୂଜା ଅତ୍ୟନ୍ତ ଆଡମ୍ବର ସହକାରେ ହୋଇଥିଲା।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories