www.samajalive.in
Monday, December 15, 2025
24.1 C
Bhubaneswar

ପାଣି ପାଇପ୍ ଚୋରୀ ରାକେଟ, ୩ ଗିରଫ

ଆଠଗଡ: ଆଠଗଡରେ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ପ୍ରାୟ ୨୫୦ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପ ଚାଲିଛି। ପ୍ରକଳ୍ପ ପାଇଁ ବିଭିନ୍ନ ସ୍ଥାନରେ ଗଚ୍ଛିତ ଥିବା ଓ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ପଡ଼ିଥିବା କୋଟି କୋଟି ଟଙ୍କାର ପାଇପ ବାରମ୍ବାର ଚୋରି ହେଉଛି। ଜେନାପଦା ରେଙ୍ଗୀଲି କେନାଲ ନିକଟରେ ରାଜସ୍ଥାନ ନମ୍ବର ଥିବା ଏକ ଆଇଚର ଟ୍ରକରେ ମେଗା ପାନୀୟ ଜଳ ପ୍ରକଳ୍ପର ପାଇପ ବୋଝେଇ ହେଉଥିବା ବେଳେ ନିକଟରେ ଏକ ସ୍କର୍ପିଓ ଗାଡ଼ିକୁ ଦେଖି ସେହି ରାସ୍ତାଦେଇ ଆସୁଥିବା ଓ ସାଦା ପୋଷାକରେ ଥିବା ଆଠଗଡ ଥାନାର ଦୁଇ ଏଏସଆଇ ରାଧାନାଧ ରାଉତ ଓ ସତ୍ୟପ୍ରିୟ ବରାଳ ଘଟଣା ସଂପର୍କରେ ଥାନା ଅଧିକାରୀଙ୍କୁ ଜଣାଇଥିଲେ। ଖବର ପାଇ ଆଠଗଡ ଉପଖଣ୍ଡ ପୁଲିସ ଅଧିକାରୀ ରବୀନ୍ଦ୍ର କୁମାର ମଲ୍ଲିକ, ଆଇଆଇସି ଅନିରୁଦ୍ଧ ମୁଦୁଲି, ଉପନିରୀକ୍ଷକ ଜନ୍ମଜିତା ଶାସମଲ ଓ ବିଶ୍ୱଜିତ ଜେନା ଶଶସ୍ତ୍ର ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଆଇଚର ଟ୍ରକ ଚାଳକ ରାଜସ୍ଥାନର ସୀତାରାମ ବର୍ମା ଓ ସ୍କର୍ପିଓ ଗାଡି ଚାଳକ ଦିପୁନା କୁମାର ଦେବତା ଏବଂ ସେହି ଗାଡ଼ିରେ ଥିବା ମୁଖ୍ୟ ଅଭିଯୁକ୍ତ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପ୍ରସାଦ ଅଞ୍ଚଳର ସୁଶୀଲ କୁମାର ବେହେରାଙ୍କୁ କାବୁ କରି ଆଠଗଡ ଥାନାକୁ ଆଣିଥିଲେ। ପୁଲିସ ଗାଡି ଦୁଇଟିକୁ ଜବତ କରି ଆଣିଥିଲେ। ୩ ଅଭିଯୁକ୍ତଙ୍କୁ ପଚରାଉଚୁରା କରିବା ପରେ ସେମାନେ ପାଇପ୍ ଚୋରିକରି ନେଇ ବିକ୍ରି କରିବା ଲାଗି ଉଦ୍ୟମ କରୁଥିବା ଜଣାପଡିଥିଲା। ଏଥିରେ ସମ୍ପୃକ୍ତ ୩-୪ ଜଣ ଫେରାର ହୋଇଯାଇଥିବା ପୁଲିସ ପଚରାଉଚୁରା ଓ ତଦନ୍ତରୁ ଜାଣିବାକୁ ପାଇଛି। ଶୁକ୍ରବାର ସନ୍ଧ୍ୟାରେ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକ ମଧ୍ଯ ଆଠଗଡ ଥାନାରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ପ୍ରକଳ୍ପର ଠିକାସଂସ୍ଥାର କର୍ମଚାରୀ ସାମସୁର୍ ଖାଁ ଙ୍କ ଏତଲା କ୍ରମେ ପୁଲିସ ସଂପୃକ୍ତ ୩ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁକରି ଶନିବାର ରାତିରେ ସେମାନଙ୍କୁ ଅଦାଲତ ଚାଲାଣ କରିଥିବା ଜଣାପଡିଛି।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories