www.samajalive.in
Sunday, December 14, 2025
17.1 C
Bhubaneswar

ଭିନ୍ନକ୍ଷମ ଦିବସ ପାଳିତ

ଗୋପାଳପୁର: ସ୍ଵାଭିମାନ ଏବଂ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଭିନ୍ନକ୍ଷମ ସେଲର ମିଳିତ ଉଦ୍ୟମରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଇଛି। ସ୍ୱାଭିମାନ ପକ୍ଷରୁ ଆୟୋଜିତ ସଚେତନତା ବୁଥକୁ ବିଶ୍ଵବିଦ୍ୟାଳୟର କୁଳପତିଙ୍କ ଦ୍ଵାରା ଉଦଘାଟନ କରାଯିବା ସହିତ ଭିନ୍ନକ୍ଷମ ସଚେତନତା ଉପରେ ବିଭିନ୍ନ ପ୍ରକାର କର୍ମଶାଳା କରି ବିଶ୍ଵବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟକ୍ଷା ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ୱାଭିମାନର ମୁଖ୍ୟ ଡଃ ଶ୍ରୁତି ମହାପାତ୍ର, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ, ବ୍ରହ୍ମପୁର ରୋଟାରୀ କ୍ଲବର ସଭାପତି ରୋଟାରୀଆନ ପ୍ରଦ୍ୟୁମ୍ନ କୁମାର ବିଷୋୟୀ, ଭିନ୍ନକ୍ଷମ ସେଲ ଅଧ୍ୟକ୍ଷ ଡଃ. ବି ଅଞ୍ଜନ କୁମାର ପୃଷ୍ଟି, ଜିଲ୍ଲା ଆଇନ୍ ସେବା ଅଧିକାରୀ ସବିତା ସାହୁକାର ଅତିଥି ଭାବେ ଯୋଗ ଦେଇଥିଲେ। ଭିନ୍ନକ୍ଷମ ଉପରେ ଅଧିକ ଜାଣିବା ପାଇଁ ଏବଂ ସଚେତନ କରେଇବା ପାଇଁ ସମସ୍ତ ସ୍ନାତକୋତ୍ତର ବିଭାଗର ପ୍ରଥମ ବର୍ଷର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ସ୍ଵାଭିମାନ ପକ୍ଷରୁ କୁଳପତି, ଭିନ୍ନକ୍ଷମ ସେଲ ଏବଂ ବିଶ୍ଵବିଦ୍ୟାଳୟ ପାଇଁ ବ୍ରେଲ କିଟ୍ ଏବଂ ଭିନ୍ନକ୍ଷମ ଅଧିକାର ପୁସ୍ତକ ସହିତ ଅନ୍ୟାନ୍ୟ ଭିନ୍ନକ୍ଷମ ଉପରେ ଆଧାରିତ ପୁସ୍ତକ ଏବଂ ରୋଟାରୀ କ୍ଲବ୍ ଦ୍ଵାରା ଭିନ୍ନକ୍ଷମ ସେଲକୁ ସହାୟକ ଉପକରଣ ପ୍ରଦାନ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories