www.samajalive.in
Sunday, December 14, 2025
19.1 C
Bhubaneswar

ନିର୍ବାଚନ ଫଳାଫଳ ପୂର୍ବରୁ ୪ ରାଜ୍ୟରେ କଂଗ୍ରେସର ପର୍ଯ୍ୟବେକ୍ଷକ ନିଯୁକ୍ତ

ଡେସ୍କ: ଡିସେମ୍ବର ୩ ତାରିଖ ରବିବାର ଦିନ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ଥିବା ବେଳେ କଂଗ୍ରେସ ସେହି ୪ଟି ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ସେହି ସବୁ ରାଜ୍ୟ ଗୁଡିକରେ ବିଧାୟକ ଦଳର ବୈଠକରେ ସମନ୍ୱୟ ରକ୍ଷା କରିବାକୁ କଂଗ୍ରେସ ଏହି ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ ରାଜସ୍ଥାନରେ ଦଳ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡା, ମଧୁସୂଦନ ମିସ୍ତ୍ରୀ, ମୁକୁଲ ୱାସନିକ ଏବଂ ଶକିଲ ଅହମ୍ମଦ ଖାନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି। ତେଲେଙ୍ଗାନାରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର, ଦୀପା ଦାସ ମୁନ୍ସି, ଅଜୟ କୁମାର, କେ ମୁରଲୀଧରନ୍ ଏବଂ କେ ଜେ ଜର୍ଜଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି।

- Advertisement -

ଛତିଶଗଡ ପାଇଁ କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକେନ୍, ରମେଶ ଚେନ୍ନାଇଥାଲା ଏବଂ ପ୍ରୀତମ ସିଂଙ୍କୁ ଏଆଇସିସି ପର୍ଯ୍ୟବେକ୍ଷକ ଭାବେ ପଠାଯାଇଥିବା ବେଳେ ମଧ୍ୟପ୍ରଦେଶ ଦଳର ନେତା ଆଧୀର ରଂଜନ ଚୌଧୁରୀ, ପ୍ରୀତିରାଜ ଚୌହାନ, ରାଜୀବ ଶୁକ୍ଲା ଏବଂ ଚନ୍ଦ୍ରକାନ୍ତ ହନ୍ଦୋରଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି।

ଏଆଇସିସିର ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ କହିଛନ୍ତି, ସ୍ୱତନ୍ତ୍ର ଭାବେ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସମେତ ସେହି ସବୁ ରାଜ୍ୟର କଂଗ୍ରେସର ସାଧାରଣ ସମ୍ପାଦକ ଏହି କାର୍ଯ୍ୟରେ ସହଯୋଗ କରିବେ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନାର ବିଧାନସଭା ବିରବଚନ ଶେଷ ହେବା ପରେ ଆଜି ଭୋଟ୍ ଗଣତି ହେବ। ମିଜୋରାମରେ ସୋମବାର ଭୋଟ୍ ଗଣାଯିବ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories