କଳାପଥର: କଳାପଥର, କେନ୍ଦୁପଲ୍ଲୀ, ଜଗନ୍ନାଥପୁର, ବଳଭଦ୍ରପୁର, ବୈଦେଶ୍ଵର, କାଲିପଇ, ପୁଇଁଚା ଏବଂ ଖଜୁରୀପଦା ପଂଚାୟତ ର ସରପଞ୍ଚ, ପୂର୍ବତନ ସରପଞ୍ଚ, ଅଂଚଳର କିଛି ଶିକ୍ଷବିତ, ସମାଜସେବୀଙ୍କ ସମେତ ସାମ୍ବାଦିକ ମାନଙ୍କୁ ନେଇ ଗଠିତ ହୋଇଛି ପଶ୍ଚିମ ବାଙ୍କୀ ଉନ୍ନୟନ ପରିଷଦ। ସ୍ଥାନୀୟ ଲୋକମାନେ କିପରି ସ୍ଵାସ୍ଥ୍ୟ, ଗମନାଗନ, ପାନୀୟଜଳ, ଶିକ୍ଷାରୁ ବଞ୍ଚିତ ହେବେନି। ଏହି ଉନ୍ନୟନ ପରିଷଦ କାମ କରିଥାଏ ବୋଲି ନଜର ରହିଛି. ଗତ ମାସରେ ହୋଇଥବା ଦଶହରା ପୂଜାରେ ପଶ୍ଚିମ ବାଙ୍କୀ ଉର୍ନୟନ ପରିଷଦ ପକ୍ଷରୁ ଶାନ୍ତି କମିଟି ଗଠନ କରାଯାଇ ମାରପିଟ ଗଣ୍ଡଗୋଳ ସହିତ ଟ୍ରାଫିକ ନିୟନ୍ତ୍ରଣରେ ବେଶ ସହାୟତା କରିଥିଲା। କିନ୍ତୁ ପରିତାପର ବିଷୟ କଳାପଥର ଅଂଚଳ ଦେଇ ଯାଇଥିବା ରାଜ୍ୟ ରାଜପଥରୁ ଜବର ଦଖଲ ହଟିବା, ଖାଲ ଖମାରେ ଭର୍ତ୍ତି ହୋଇଥିବା ପୂର୍ତ୍ତ ବିଭାଗ ସଡ଼କ ମରାମତି କରିବା, ଅଂଚଳରେ ଦୀର୍ଘ ଦିନ ଧରି ଲାଗି ରହିଥବା ଟ୍ରାଫିକ ସମସ୍ୟାର ସମାଧାନ ଆଦି ପାଇଁ ପଶ୍ଚିମ ବାଙ୍କୀ ଉନ୍ନୟନ ପରିଷଦ ପଛ ଘୁଞ୍ଚା ଦେଉଥିବା ଜଣାପଡିଛି।
Popular Categories



