www.samajalive.in
Thursday, December 11, 2025
26.1 C
Bhubaneswar

ବଲାଙ୍ଗୀରରୁ ପୁରୀ ସାଇକେଲ ଯାତ୍ରା

ବୌଦ୍ଧ: ଆଧୁନିକ ଯୁଗରେ ବ୍ୟସ୍ତ ବହୁଳ ମଣିଷ ନିଜର ସ୍ୱାସ୍ଥ୍ୟ ପ୍ରତି ସେତେ ସଚେତନ ରହିପାରେ ନାହିଁ। ଫଳରେ ମାନସିକ ଚାପ,ମଧୁମେହ ଭଳି ରୋଗର ଶୀକାର ହୋଇ ସେଥିରୁ ମୁକ୍ତି ପାଇବା ପାଇଁ ଜୀବନ ସାରା ଔଷଧ ସେବନ କରିଥାଏ। ସେଥିପାଇଁ ଅଧିକ ଖର୍ଚ୍ଚାନ୍ତ ହେବା ସହିତ ବାରମ୍ବାର ଔଷଧ ସେବନ ଦ୍ୱାରା ତାହାର ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ଜୀବନକୁ ପ୍ରଭାବିତ କରିଥାଏ। ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏବଂ ବିନା ଔଷଧ ସେବନରେ ସୁସ୍ଥ ତଥା ସରଳ ଜୀବନ ଯାପନ କରିବାର ସଚେତନତା ବାର୍ତା ନେଇ ଏକ ସାଇକେଲ ଯାତ୍ରୀ ଦଳ ବଲାଙ୍ଗୀରରୁ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ସାଇକେଲ ଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ବିନା ଔଷଧରେ କିଛି ସମୟ ହସିବା ଦ୍ୱାରା କିପରି ଜଣେ ମଣିଷ ଅନେକ ରୋଗରୁ ମୁକ୍ତି ପାଇବା ସହ ସୁସ୍ଥ ଜୀବନ ଯାପନ କରିପାରିବ ସଚେତନ କରୁଛନ୍ତି। ବୌଦ୍ଧ ପଥପ୍ରାନ୍ତ ସାଧନ କେନ୍ଦ୍ରଠାରେ ଏହି ସାଇକେଲ ଯାତ୍ରୀ ଦଳ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସାକ୍ଷାତ କରି ବଲାଙ୍ଗୀରରୁ ପୁରୀ ଅଭିମୁଖେ ସେମାନଙ୍କ ସାଇକେଲ ଯାତ୍ରାର ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇଥିଲେ। ଦିନକୁ ମାତ୍ର ୫ ମିନିଟ ସମୟ ହସିବା ଦ୍ୱାରା ଜଣେ ମଣିଷ ଦୀର୍ଘାୟୁ ହେବା ସହିତ ଜୀବନ ସାରା ନିରୋଗ ରହିପାରିବ ବୋଲି ଏହି ସାଇକେଲ ଯାତ୍ରୀମାନେ ବାର୍ତା ପ୍ରଦାନ କରିଥିଲେ। ସମାଜସେବୀ ଆର୍ତତ୍ରାଣ ପାଢିଙ୍କ ନେତୃତ୍ୱରେ ୯ ଜଣିଆ ସାଇକେଲ ଯାତ୍ରୀ ଦଳରେ ଜ୍ଞାନ ରଂଜନ ସ୍ୱାଇଁ, ଉମେଶ ନାୟକ, ଲିଲୁ ପ୍ରଧାନ, ସଂଜିବ ପଣ୍ଡା, ଶଶିକାନ୍ତ ରାଉତ, ମୁଖିରାମ କମ୍ପ, ସୋମନାଥ ତ୍ରିପାଠୀ ଓ ସୌମ୍ୟରଂଜନ ପଣ୍ଡା ସାମିଲ ହୋଇଛନ୍ତି।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories