ପ୍ରତିବର୍ଷ ହ୍ରାସ ପାଉଛି ୧୭ ଘନ କିଲୋମିଟର ଭୂତଳ ଜଳ

ବିଶ୍ବବ୍ୟାପୀ ଭୂତଳ ଜଳ ସଂରକ୍ଷଣ କ୍ଷମତା ବର୍ଷକୁ ପ୍ରାୟ ୧୭ ଘନ କିଲୋମିଟର ବେଗରେ ହ୍ରାସ ପାଉଛି। ଏହି ହ୍ରାସର ପ୍ରାୟ ୭୫ ପ୍ରତିଶତ କୃଷି ଏବଂ ସହରାଞ୍ଚଳରେ ଘଟୁଛି। ବିଶ୍ୱବ୍ୟାପୀ ୭୭% ହ୍ରାସ ପାଇଁ ମାନବ କାର୍ଯ୍ୟକଳାପ ଦାୟୀ, ଯେଉଁଥିରୁ ୬୦% ଭୂତଳ ଜଳ ଯୋଗୁ ହୋଇଥାଏ ବୋଲି ନେଚର କମ୍ୟୁନିକେସନ ପତ୍ରିକାରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି।

prayash

ଜଳବାୟୁ ପରିବର୍ତ୍ତନ ଏବଂ ଜନସଂଖ୍ୟା ବୃଦ୍ଧି ଯୋଗୁଁ ସମଗ୍ର ବିଶ୍ୱରେ ଜଳ ଉତ୍ସଗୁଡ଼ିକର ବ୍ୟବହାର ବୃଦ୍ଧି ପାଇଛି। ଚାଷ ଏବଂ ସହରଗୁଡ଼ିକ ସେମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ଭୂତଳ ଜଳ ଆଡକୁ ମୁହାଁଇଛନ୍ତି ବୋଲି ଏହି ରିପୋର୍ଟ ଦର୍ଶାଇଛି। ରିପୋର୍ଟ ଅନୁସାରେ ଡିଆରଆଇ,କଲୋରାଡୋ ଷ୍ଟେଟ ବିଶ୍ବବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଅନୁସନ୍ଧାନ କରି କହିଛନ୍ତି ଯେ କେବଳ ଶୁଖିଲା ଅଞ୍ଚଳ ନୁହେଁ ବାଂଲାଦେଶ, ଭାରତ ଏବଂ ଭିଏତନାମ ପରି ଆର୍ଦ୍ର ଜଳବାୟୁ ଥିବା ଅଞ୍ଚଳରେ ମଧ୍ୟ ଭୂସ୍ଖଳନ ହେବାର ଆଶଙ୍କା ରହିଛି।

kalyan agarbati

Comments are closed.