ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ କୁଲୁତାଟିକ୍ରା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷକ ରମେଶ ରଣାଙ୍କ ମୃତ ଦେହ ତାଙ୍କ ଘରୁ ଅତାବିରା ପୋଲିସ ଉଦ୍ଧାର କରିଛି। ପ୍ରକାଶ ଥାଉ କି ଏହି ଶିକ୍ଷକ ଜଣକ ଅବିବାହିତ ଥିଲେ। ଗୋଡ଼ଭଗା ଗ୍ରାମରେ ସେ ନିଜ ଘରେ ଏକୁଟିଆ ରହୁଥିଲେ। ତାଙ୍କର ଭାଇ ତଥା ପରିବାର ବର୍ଗ ଗାଁ ଭିତରେ ରହନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା।
ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଅତାବିରା ଥାନା ଅଧକାରୀ କହିଛନ୍ତି।



