www.samajalive.in
Monday, December 15, 2025
26.1 C
Bhubaneswar

ପାଇଖାନା ଘରେ ବିତୁଛି ବୃଦ୍ଧାଙ୍କ ଜୀବନ

ଫୁଲବାଣୀ: ପାଇଖାନାରେ ବିତୁଛି ବୃଦ୍ଧାଙ୍କ ଜୀବନ। କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଗୁଟିଙ୍ଗିଆ ଗ୍ରାମପଞ୍ଚାୟତ ଅଧୀନରେ ଥିବା ୪ ନମ୍ବର ୱାର୍ଡ ସାନଗୁମାଗଡ଼ ସାହିରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଅନେକ ଯୋଜନା ସରକାର ଆଣିଥିଲେ ମଧ୍ୟ ସୁମିତ୍ରା ନାୟକ ପିତା ଉଗ୍ରସନ ନାୟକଙ୍କ ପାଖରେ ପହଂଚି ପାରିନି ସରକାରଙ୍କ ମୋ ଘର ଯୋଜନା। ସୂଚନା ମୁତାବକ ସୁମିତ୍ରା ନାୟକ ଜଣେ ଶାରୀରିକ ଭିନ୍ନକ୍ଷମ ଓ କଥା କହିପାରନ୍ତି ନାହଁ ଏବଂ ଏକା ରହନ୍ତି। ସେହି ସ୍ୱଚ୍ଛ ଭାରତ ମିଶନ ଦ୍ୱାରା ନିର୍ମିତ ଏକ ପାଇଖାନା ଘରେ ଆଜକୁ ଦୀର୍ଘ ୧୦ ବର୍ଷ ହେବ ସେହି ପାଇଖାନାରେ ବିତୁଛି ଏହି ବୃଦ୍ଧା ମହିଳାଙ୍କ ଜୀବନ। ବାରମ୍ବାର ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନଙ୍କୁ ଗୁହାରି କଲେ ମଧ୍ୟ ସୁମିତ୍ରା ନାୟକଙ୍କୁ ସରକାରୀ ଘର ଖଣ୍ଡିଏ ପ୍ରଦାନ କରି ପାରୁନାହାନ୍ତି ସରକାର। ଏନେଇ ସ୍ଥାନୀୟ ସରପଞ୍ଚ ଆକାଂକ୍ଷା ପ୍ରଧାନ କହିଛନ୍ତି, ଆଗାମୀ ଦିନରେ ସେ ନିଶ୍ଚିତ ଭାବେ ଏ ଦିଗରେ ଦୃଷ୍ଟିଦେଇ ଯେଭଳି ଭାବେ ତାଙ୍କୁ ଘର ପ୍ରଦାନ କରାଯାଇ ପାରିବ ସେ ଦିଗରେ ପଦକ୍ଷେପ ନେବେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories