www.samajalive.in
Sunday, December 14, 2025
17.1 C
Bhubaneswar

ଆଠଗଡ଼ରେ ଗଜଲକ୍ଷ୍ମୀ ପୂଜା

ଆଠଗଡ଼: ଆଠଗଡ଼ ସହରରେ ୨ଟି ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି। ଲକ୍ଷ୍ମୀବଜାରସ୍ଥିତ ପୁରୁଣା ବସଷ୍ଟାଣ୍ଡଠାରେ ଷ୍ଟାର ନାଇଟ କ୍ଲବ ଆନୁକୁଲ୍ୟରେ ହନୁମାନ କୃପା ପରିଷଦ ଓ ଲକ୍ଷ୍ମୀବଜାର ପୂଜା କମିଟିର ମିଳିତ ସହଯୋଗରେ ନବମ ବର୍ଷ ପାଇଁ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି। ଚନ୍ଦ୍ରଗ୍ରହଣ ହେଉଥିବାରୁ ସମସ୍ତ ପୂଜାନୀତି ଅପରାହ୍ନ ୩ଟା ସୁଦ୍ଧା ଶେଷ ହୋଇଥିଲା। ଶନିବାର ସକାଳେ ବହୁ ଶ୍ରଦ୍ଧାଳୁ ଶାସନ ପୋଖରୀରୁ ଜଳକଳସ ଧାରଣ କରି ଶୋଭାଯାତ୍ରାରେ ପୂଜାସ୍ଥଳରେ ପହଞ୍ଚିବା ପରେ ସେଠାରେ କଳସ ସ୍ଥାପନ, ଅଧିବାସ, ଦେବୀଙ୍କ ଚକ୍ଷୁଦାନ ଓ ନ୍ୟାସ ମଣ୍ଡଳ ପୂଜା ଅନୁଷ୍ଠିତ ହୋଇଥିଲା। ପୂଜକ ଲିଙ୍ଗରାଜ ତ୍ରିପାଠୀ ଓ ସୁଧାକର ଶତପଥୀ ସମସ୍ତ ପୂଜାନୀତି ସଂପନ୍ନ କରିଥିବାବେଳେ ସୌମନ୍ଦ୍ର କୁମାର ନନ୍ଦ ସସ୍ତ୍ରୀକ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଏଠାରେ ୩ଦିନ ଧରି ଲକ୍ଷ୍ମୀପୂଜା ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୁତ୍ରରୁ ପ୍ରକାଶ। ସେହିପରି ଚଳିତବର୍ଷ ପ୍ରଥମ କରିି ଗୋପବନ୍ଧୁ ଛକଠାରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories