www.samajalive.in
Sunday, December 14, 2025
26.1 C
Bhubaneswar

ଅଭିନେତା ସ୍ୱରୂପ ନାୟକଙ୍କ ବିୟୋଗରେ ଗୁରୁଡ଼ିଝାଟିଆରେ ଶୋକ

ଗୁରୁଡ଼ିଝାଟିଆ: ଓଡ଼ିଶା ଚଳଚିତ୍ର ଜଗତର ସୁପରିଚିତ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ସଂଗୀତ ନିର୍ଦ୍ଦେଶକ,ଅଭିନେତା ଓ ଗୀତିକାର ସ୍ୱରୂପ ନାୟକଙ୍କ ବିୟୋଗରେ ଗୁରୁଡ଼ିଝାଟିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଗୁରୁଡ଼ିଝାଟିଆ-କୋତର ଗ୍ରାମର ରାମଚନ୍ଦ୍ର ସାହୁ ଓ ରୁକ୍ମୁଣୀ ସାହୁଙ୍କ ବଡଝିଅ ଚଳଚିତ୍ର ଅଭିନେତ୍ରୀ ନିହାରୀକା ସାହୁଙ୍କୁ ସ୍ୱରୂପ ନାୟକ ବିବାହ କରିଥିଲେ। ଗୁରୁଡ଼ିଝାଟିଆ-କୋତର ଅଞ୍ଚଳରେ ସ୍ୱର୍ଗତ ସ୍ୱରୂପ ନାୟକଙ୍କ ବ୍ୟକ୍ତିତ୍ୱ, ମଣିଷପଣିଆକୁ ସାଧାରଣ ଜନତା ଝୁରୁଛନ୍ତି। ଚଳଚିତ୍ର ଜଗତରେ ବେଶ ଖ୍ୟାତି ଅର୍ଜନ କରି ଅନେକ ଅଭୂଲା ସଂଗୀତ ନିର୍ଦ୍ଦେଶନା ଓ ଗୀତ ଲେଖିବା ସହିତ ଅଭିନୟ କରିଥିଲେ ମଧ୍ୟ ତାଙ୍କର ବ୍ୟକ୍ତିତ୍ୱ ସଦା ସରଳ ଥିଲା। ସ୍ୱରୂପ ନାୟକଙ୍କ ବିୟୋଗରେ ଗୁରୁଡ଼ିଝାଟିଆ ସମାଜ ପାଠକ ମଞ୍ଚର ସଭାପତି ତଥା ଅଭିନେତ୍ରୀ ନିହାରୀକାଙ୍କ ଶିକ୍ଷକ ଗଭୀର ଶୋକବ୍ୟକ୍ତ କରିବା ସହିତ ଏହା ତାଙ୍କ ପାଇଁ ଅପୁରଣୀୟ କ୍ଷତି ବୋଲି କହିଥିଲେ। ସୁବାସ ଚନ୍ଦ୍ର ନାୟକ, ରଶ୍ମୀରଞ୍ଜନ ସାହାଣୀ, ପବିତ୍ର ମୋହନ ସାହାଣୀ,ଅଭୟ କୁମାର ସାମଲଙ୍କ ସହିତ ଶାଳକ ଡଃ ସୁଜିତ ସାହୁ, ରଞ୍ଜନ ସାହୁ, ଇଂ ରବୀନ୍ଦ୍ର ସାହୁ, ସମୀର ସାହୁ, ତୁଷାର ସାହୁ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories